ସନଷ୍ଟାର ଟିଭି ବ୍ୟୁରୋ
ରାଉରକେଲା: ଆଜି ସୁନ୍ଦରଗଡ ରଚିବ ନୂଆ ଇତିହାସ । ଉଦଘାଟିତ ହେବ ବିଶ୍ବର ସବୁଠୁ ବଡ଼ ହକି ଷ୍ଟାଡିୟମ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ । ଆଜି ରାଉରକେଲା ହକି ଷ୍ଟାଡିୟମକୁ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ହକି ଖେଳାଳିଙ୍କ ସହ ଆଲୋଚନା କରି କିଛି ସମୟ ବିତାଇବେ । ଏହାସହ ଅପରାହ୍ନ ୪ଟା ସମୟରେ ଡି ଏ ଭି ପୋଖରୀ ନିକଟରେ ରାଉରକେଲା ସହର ତଥା ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ , ଏବଂ ୪ ଟା ୨୫ ସମୟରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଏହି ସମୟରେ ଓ୍ବାର୍ଲ୍ଡକପ ଭିଲେଜ ସହିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ କ୍ୟାମ୍ପସର ଉଦଘାଟନ କରିବେ । ଏହାସହ ୧୧ ଶହ କୋଟି ଟଙ୍କାରୁ ଅଧିକ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବେ ।
ସୂଚନା ଅନୁଯାୟୀ , ମାତ୍ର ୧୫ମାସରେ ନିର୍ମିତ ହୋଇଛି ଏହି ବୃହତ ହକି ଷ୍ଟାଡିୟମ । ଏଥିରେ ୨୦ ହଜାରରୁ ଅଧିକ ଦର୍ଶକ ବସିବାର କ୍ଷମତା ରହିଛି । ଏହା ସହ ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ରେ ନିର୍ମିତ ହୋଇଥିବା ମେଡିକାଲ କଲେଜର ମଧ୍ୟ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଉରକେଲା ସହରରେ ମୋ ବସ ସେବା ମଧ୍ୟ ଶୁଭାରମ୍ଭ କରିବେ ।
ରିପୋର୍ଟ: ଦୀପା ପ୍ରଧାନ