ସନଷ୍ଟାର ଟିଭି ବ୍ୟୁରୋ
ଚିଲିକା: ଆଜିଠୁ ଚିଲିକାରେ ପକ୍ଷୀ ଗଣନା ଆରମ୍ଭ । ଆଜି ସକାଳ ୬ ଟାରୁ ଆରମ୍ଭ ହୋଇଯାଇଛି ଗଣନା | ଏହା ମଧ୍ୟ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲିବ । କମ୍ପାସ, ବାଇନାକୁଲାର ଓ ଜିପିଏସ ମାଧ୍ୟ୍ୟମରେ ହେଉଛି ପକ୍ଷୀ ଗଣନା । ଏହି ଗଣନା ପାଇଁ ୨୧ ଗୋଟି ଟିମ୍ ନିୟୋଜିତ ହୋଇଛନ୍ତି । ପ୍ରତି ଟିମରେ ଅଛନ୍ତି ୭ ସଦସ୍ୟ । ଚିଲିକା ବନ୍ୟପ୍ରାଣୀ ଡିଭିଜନର ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ ଏବଂ ଚିଲିକାରେ ଏହି ଗଣନା ହେବ | ଟିମରେ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ଜଙ୍ଗଲ ବିଭାଗ କର୍ମଚାରୀ, ଓୟୁଏଟିର ଛାତ୍ରଛାତ୍ରୀ, ୱାଇଲଡ ଓଡ଼ିଶା ଏବଂ ୱାଇଲଡିଜ ନାମକ ସାମାଜିକ ସଂଗଠନର କାର୍ଯ୍ୟକର୍ତ୍ତା, ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ତିନି ଗୋଟି ପକ୍ଷୀ ସୁରକ୍ଷା ସମିତିର ସଦସ୍ୟମାନେ ରହିଛନ୍ତି । ତେବେ ଟାଙ୍ଗି ଜୋନରେ ୮ଟି ଟିମ୍, ବାଲୁଗାଁରେ ୬ଟି, ସାତପଡ଼ାରେ ୪ଟି, ରମ୍ଭାରେ ୨ଟି ଓ ଚିଲିକାରେ ଗୋଟିଏ ଟିମ୍ ନିୟୋଜିତ ଅଛନ୍ତି ।
ରିପୋର୍ଟ : ଦୀପା ପ୍ରଧାନ