ସନଷ୍ଟାର ଟିଭି ବ୍ୟୁରୋ
ଉଦଳା: ଏସଟିଏଫ ଖୋଳତାଡ଼ ପରେ ପୁଣି ପଞ୍ଝାରେ ପଡିଛି ଆଉ ଜଣେ ବାଘଛାଲ ବେପାରୀ..ମହାବଳ ବାଘଛାଲ ଜବତ ଘଟଣାରେ ତଦନ୍ତ ଜାରି ରଖିଥିବା ବେଳେ ପୂର୍ବରୁ ଉକ୍ତ ଘଟଣାରେ ୨ ଜଣ ଗିରଫ ହୋଇଥିବା ବେଳେ ଏବେ ପୁଣି ଆଉ ଜଣେ ବେପାରୀକୁ ଗିରଫ କରିଲା ଏସଟିଏଫ…ଗିରଫ ବେପାରୀ ଜଣକ ହେଲେ ଶାସଙ୍ଗବେଡା ଗ୍ରାମର ପୂର୍ଣ୍ଣଚନ୍ଦ୍ର ମାଝୀ..ଏହି ବେପାରୀକୁ ତା ଘରୁ ଗିରଫ କରିଛି ଏସଟିଏଫ…ଗତ ୧୪ ତାରିଖରେ ଉଦଳା – ବାରିପଦା ରାସ୍ତାର ବିସିପୁର ଛକ ନିକଟରେ ମହାବଳ ବାଘଛାଲ ବିକ୍ରି ନିମନ୍ତେ ଡ଼ିଲ ଚାଲିଥିବା ବେଳେ ଦେବାଶିଷ ପାତ୍ର ନାମକ ଜଣେ ବେପାରୀକୁ ଏସଟିଏଫ ଗିରଫ କରିଥିବା ବେଳେ ୨ ଜଣ ବେପାରୀ ଘଟଣାସ୍ଥଳରୁ ଖସି ଯାଇଥିଲେ..ତହିଁ ପରଦିନ ଘଟଣାର ମୁଖ୍ୟ କାର୍ପାଡ଼ଦାର ଫାଗୁ ହାଁସଦା କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିବା ବେଳେ ଆଜି ପୁଣି ଜଣେ ବେପାରୀକୁ ଉକ୍ତ ଘଟଣାରେ ଗିରଫ କରିଛି ଏସଟିଏଫ| ଏହା ସହିତ ଗିରଫ ବେପାରୀକୁ କୋର୍ଟ ଚାଲାଣ କରିଛି ଏସଟିଏଫ |
ରିପୋର୍ଟ: ଆଲୋକ କୁମାର ବେହେରା