ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆଉ ଦିନ କେଇଟା ପରେ ବିଦାୟ ନେବ ୨୦୨୨, ଆସିବ ୨୦୨୩ । ନୂଆବର୍ଷକୁ ସେଲିବ୍ରେସନ କରିବାକୁ ସମସ୍ତଙ୍କ ମନରେ ବେଶ ଉତ୍ସାହ ଭରିରହିଛି । ଶୃଙ୍ଖଳିତ ନୂଆବର୍ଷ ପାଳନ ଲାଗି କମିଶନରେଟ ପୋଲିସ ପକ୍ଷରୁ ଜାରି ହୋଇଛି ଗାଇଡଲାଇନ୍ । ଚଳିତ ବର୍ଷ କୌଣସି କଟକଣା ନଥିବାରୁ ନୀୟମରେ କୋହଳ କରାଯାଇଛି । ସଂଧ୍ୟା 7ଟା ରୁ ରାତି 2ଟା ପର୍ଯ୍ୟନ୍ତ ଚାଲିବ ଚେକିଂ । ମଦୁଆ ଗାଡି ଚାଳକଙ୍କ ଉପରେ ରହିବ ସ୍ବତନ୍ତ୍ର ନଜର । 17 ଟି ଲୋକେସନରେ ଡ୍ରଙ୍କ ଆଣ୍ଡ ଡ୍ରାଇଭ ଉପରେ ନଜର ରଖିବା ପୋଲିସ୍ । ମାଷ୍ଟରକ୍ୟାଣ୍ଟିନ, କଳ୍ପନା ସ୍କୋୟାର, ରସୁଲଗଡ ଛକ, ଖଣ୍ଡଗିରି ସ୍କୋୟାରରେ 4ଟି ସ୍ଥାନରେ କୁଇକ ଆକ୍ସନ ଟିମ୍ ମୁତୟନ ରହିବେ । 3ଟି ସ୍ଥାନରେ ଷ୍ଟ୍ରାଇକିଙ୍ଗ ଫୋର୍ସ ନିୟୋଜିତ ହେବେ । ସହରରେ ୧୩ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ।
ସୂଚନା ଅନୁଯାୟୀ, ସଂଧ୍ୟା ୭ଟା ରୁ ରାତି ୨ଟା ପର୍ଯ୍ୟନ୍ତ ଚାଲିବ ଚେକିଂ । ମଦୁଆ ଗାଡି ଚାଳକଙ୍କ ଉପରେ ନଜର ରଖିବା ସହ ୧୭ଟି ଲୋକେସନରେ ଡ୍ରିଙ୍କ ଆଣ୍ଡ ଡ୍ରାଇଭ ଉପରେ ସ୍ବତନ୍ତ୍ର ନଜର ରଖିବ ପୋଲିସ୍ । ମାଷ୍ଟରକ୍ୟାଣ୍ଟିନ, କଳ୍ପନା ସ୍କୋୟାର, ରସୁଲଗଡ ଛକ, ଖଣ୍ଡଗିରି ସ୍କୋୟାରରେ ୪ଟି ସ୍ଥାନରେ କୁଇକ ଆକ୍ସନ ଟିମ୍ ମୁତୟନ ରହିବେ ।
ଏହାସହ ବାହାରେ ଖୋଲାସ୍ଥାନରେ ସେଲିବ୍ରେସନ କରୁଥିଲେ ରାତି ୧୦ ଟା ପର୍ଯ୍ୟନ୍ତ ଏବଂ ଇଣ୍ଡୋରରେ ରାତି ୧୨ଟା ପର୍ଯ୍ୟନ୍ତ ସେଲିବ୍ରେସନ କରିବାକୁ ଅନୁମତି ମିଳିବ ।
ରିପୋର୍ଟ : ଦୀପା ପ୍ରଧାନ