ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚରେ ବୋର୍ଡ ପରୀକ୍ଷା | ବିଦ୍ୟାଳୟର ପାସ୍ ପ୍ରତିଶତରେ ଉନ୍ନତି ଆଣିବା ପାଇଁ ନୂଆ ପଦ୍ଧତି ଆପଣେଇଛନ୍ତି ହରିୟାଣା ସରକାର | ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରମାନଙ୍କୁ ନିଦରୁ ଉଠାଇବା ପାଇଁ ମନ୍ଦିର, ମସଜିଦ ଓ ଗୁରୁଦ୍ୱାରମାନଙ୍କୁ ‘ଆଲାର୍ମ’ ବଜାଇବାକୁ କହିଛନ୍ତି। ଯାହାଦ୍ଵାରା ଛାତ୍ରଛାତ୍ରୀମାନେ ଶୀଘ୍ରଉଠି ଅଧୟନ କରିବେ |
ସମସ୍ତ ସରକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ପଠାଯାଇଥିବା ଚିଠିରେ ବିଭାଗ ଗୁରୁତ୍ୱାରୋପ କରିଛି ଯେ ଅଭିଭାବକ ଏବଂ ଶିକ୍ଷକମାନେ ମିଳିତ ଯୋଜନା ପ୍ରସ୍ତୁତ କରନ୍ତୁ ଯାହା ଦ୍ୱାରା ଛାତ୍ରମାନେ ଅଧ୍ୟୟନ ପାଇଁ କିଛି ଅତିରିକ୍ତ ଘଣ୍ଟା ପାଇପାରିବେ। ଏହା ସହ ଅଭିଭାବକମାନେ ନିଜ ପିଲାମାନଙ୍କୁ ସକାଳ ୪:୩୦ ସମୟରେ ଜାଗ୍ରତ କରିବାକୁ କୁହାଯାଇଛି | ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇପାରିବେ |
ଏହାସହ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରୁଛନ୍ତି କି ନାହିଁ ଶିକ୍ଷକମାନେ ହ୍ଵାଟ୍ସଆପ ଆପ୍ ଗ୍ରୁପ୍ ମାଧ୍ୟମରେ ପଚାରି ବୁଝିପରିବେ।
ରିପୋର୍ଟ: ଦୀପା ପ୍ରଧାନ