ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆସିଲା ନୂଆ କୋଭିଡ ଗାଇଡ଼ଲାଇନ | ମାସ୍କ ପିନ୍ଧିବା, ନିୟମିତ ହାତ ଧୋଇବାକୁ ସରକାର ଆଡଭାଇଜରି ଜାରି କରିଛନ୍ତି। ସର୍ବସାଧାରଣ ସ୍ଥାନରେ ଛେପ ନପକାଇବାକୁ ମଧ୍ୟ ପରାମର୍ଶ ଜାରି କରାଯାଇଛି। ଏହାସହିତ କିଛି ଲକ୍ଷଣ ଦେଖିଲେ ତୁରନ୍ତ ନିଜକୁ ନିଜେ ଆଇସୋଲେସନ କରନ୍ତୁ । ଏବଂ ସମସ୍ତ ହସ୍ପିଟାଲକୁ ଏଥିପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ | ଏହା ସହିତ ପ୍ରିକସନ୍ ଡୋଜ୍ ନେବାକୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ଗହଳି ସ୍ଥାନରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି ।
କୋଭିଡ଼ ମୁକାବିଲା ନେଇ ରାଜ୍ୟ ସରକାରଙ୍କ ସମୀକ୍ଷା ବୈଠକରେ ଚାଲିଥିବା ଟେଷ୍ଟିଂ ଚାଲୁ ରଖିବାକୁ ନିଷ୍ପତ୍ତି ହୋଇଛି। ଏବେ ରାଜ୍ୟରେ ଦିନକୁ ୧୫ କେସ୍, ହସ୍ପିଟାଲରେ ୫୪ ରୋଗୀ ରହିଛନ୍ତି। ଏବେ ୩ ପ୍ରମୁଖ ମେଡିକାଲ କଲେଜରେ ୨୦ ଲେଖାଏଁ ବେଡ୍ ପ୍ରସ୍ତୁତ ରହିଛି। ସବୁ ଜିଲ୍ଲା ହସ୍ପିଟାଲ ସହ ପ୍ରମୁଖ ହସ୍ପିଟାଲରେ ୨୭ରେ ହେବ ମକ୍ ଡ୍ରିଲ୍। ରୋଗୀ ସଂଖ୍ୟା ବଢ଼ିଲେ କିଭଳି ଚିକିତ୍ସା ବ୍ୟବସ୍ଥା ହେବ ସେନେଇ ମକଡ୍ରିଲ୍ କରାଯିବ।
ରିପୋର୍ଟ : ଦୀପା ପ୍ରଧାନ