ସନଷ୍ଟାର ଟିଭି ବ୍ୟୁରୋ
ହାଇଦ୍ରାବାଦ: ଆସିଲା ମହୌଷଧି | ହାଇଦ୍ରାବାଦସ୍ଥିତ ବାୟୋଲୋଜିକାଲ-Eର ନ୍ୟୁମୋକୋକାଲ କଞ୍ଜୁଗେଟ ଭାକ୍ସିନ PCV14କୁ ଗ୍ରୀନ ସିଗନାଲ ଦେଇଛନ୍ତି ଭାରତର ଔଷଧ ମହାନିୟନ୍ତ୍ରକ ବା ଡିସିଜିଆଇ । ୧୪ ଭାଲେଣ୍ଟ କ୍ଷମତା ସମ୍ପନ୍ନ ଏହି ଔଷଧ ଦେଶରେ ଶିଶୁମାନଙ୍କୁ ରକ୍ତହୀନତା ରୋଗରୁ ରକ୍ଷା କରିପାରିବ |
ଭାରତରେ ୫ ବର୍ଷର କମ୍ ବୟସର ଶିଶୁଙ୍କ ମୃତ୍ୟୁ ଲାଗି ବିଶେଷ କାରଣ ସାଜିଥାଏ ରକ୍ତହୀନତା । କେବଳ ଭାରତରେ ନୁହେଁ ସାରା ବିଶ୍ବରେ ପ୍ରତିବର୍ଷ ରକ୍ତହୀନତାରେ ପ୍ରାଣ ହରାଉଛନ୍ତି ଲକ୍ଷ ଲକ୍ଷ ଶିଶୁ । PCV14ରେ ୧୪ଟି ସେରୋଟାଇପ ରହିଛି ଯାହାକି ଅନ୍ୟ ସମସ୍ତ ଔଷଧ ତୁଳନାରେ ସର୍ବାଧିକ । ବାୟୋଲୋଜିକାଲ-E ପକ୍ଷରୁ ବାହାର କରାଯାଇଥିବା ଏହି ଔଷଧକୁ ଶିଶୁମାନଙ୍କ କ୍ଷେତ୍ରରେ ପ୍ରୟୋଗ କରାଯାଇଛି ଯାହା ସଫଳ ମଧ୍ୟ ହୋଇଛି | ତେବେ ଏହି ଟିକାକୁ ମଞ୍ଜୁରୀ ମିଳିଥିବା ବେଳେ ଏହା ଅଧିକ ଶକ୍ତିଶାଳୀ ଥିବା କୁହାଯାଉଛି |
ରିପୋର୍ଟ: ଦୀପା ପ୍ରଧାନ