ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଆର୍କିଟେକ୍ଟସ୍ (ଆଇଆଇଏ), ଓଡ଼ିଶା ଚାପ୍ଟର ପକ୍ଷରୁ ଡିସେମ୍ବର ମାସ ୧୭ ଓ ୧୮ ତାରିଖରେ ଏହାର ପ୍ରମୁଖ ର୍କ୍ୟାକ୍ରମ “କ୍ଷୀତିଜ୍’ ପୂର୍ବାଚଂଳ ସମ୍ମିଳନୀ ୨୦୨୨କୁ ଭୁବନେଶ୍ୱରର ମେ’ଫେୟାର କନ୍ଭେନ୍ସନ୍ ସେଣ୍ଟରରେ ଆୟୋଜନ କରାଯାଇଛି । କାର୍ଯ୍ୟକ୍ରମ ସଂଯୋଜକ ସ୍ଥପତି ବିଭୁତି ମହାପାତ୍ର ମଂଚାସୀନ ବିଶିଷ୍ଟ ସ୍ଥପତି ଓ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଛନ୍ତି । ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗର ମୁଖ ସଚିବ ଶ୍ରୀଯୁକ୍ତ ହେମନ୍ତ କୁମାର ଶର୍ମା କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ଆଇଆଇଏ ସଭାପତି ସିଆର ରାଜ ଓ ଓଡ଼ିଶାର ଚାପ୍ଟର ଅଧ୍ୟକ୍ଷ ସ୍ଥପତି ରାଜକନୱର ନାୟକଙ୍କ ସମେତ ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଝାଡ଼ଖଣ୍ଡ ଚାପ୍ଟରର ଅଧ୍ୟକ୍ଷମାନେ ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମର ଶୁଭାରମ୍ଭ ବିଷୟରେ ଘୋଷଣା କରି ଶ୍ରୀଯୁକ୍ତ ହେମନ୍ତ ଶର୍ମା କହିଛନ୍ତି ଯେ ଏହି ସମ୍ମିଳନୀର ବିଷୟବସ୍ତୁ “ଉଦୀୟମାନ ସ୍ଥାପତୃ ଦିଗବଳୟ’ ବେଶ ଆକର୍ଷଣୀୟ ଯାହା ସ୍ଥାପତ୍ୟ କଳାର ଅତୀତ, ବର୍ତମାନର ଆହ୍ୱାନ ଓ ଅଭିନବ ଚିନ୍ତାଧାରାର ଶ୍ରେଷ୍ଠ ବ୍ୟବସ୍ଥାକୁ ନେଇ ଜ୍ଞାନକୁ ଉପସ୍ଥାନ କରାଯାଉଛି । ଅଂଶଗ୍ରହଣକାରୀ ଜାତୀୟ ଓ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ସ୍ଥପତିଙ୍କ ଗଭୀର ଜ୍ଞାନ ଭବିଷ୍ୟତର ସ୍ଥାପତ୍ୟ ପ୍ରଥାକୁ ଆକାର ପ୍ରଦାନ କରିବା ଏବଂ ନିରନ୍ତର ସହର ଗଠନ କରିବାରେ ଗୁରୁତ୍ୱୂର୍ଣ୍ଣ ଭୂମିକା ନିର୍ବାହ କରିବ ।’’ଏହି ଅନୁସାରେ ଆଇଆଇଏର ସଭାପତି ସ୍ଥପତି ସି ଆର୍ ରାଜୁ କହିଛନ୍ତି ଯେ, ସ୍ଥାପତ୍ୟ ଶ୍ରେଷ୍ଠତା ହାସଲ କରିବା କେବଳ ଏକ କୋଟା ଡିଜାଇନ୍ କରିବା କିମ୍ବା ଦୈନନ୍ଦୀନ ଜୀବନରେ ପରିବର୍ତନ ଆଣିବା ଲାଗି ତାହାକୁ ଉପସ୍ଥାପନ କରିବା ଠାରୁ ବହୁତ କିଛି ।
ଆଇଆଇଏ ଓଡ଼ିଶାର ଅଧ୍ୟକ୍ଷ ସ୍ଥପତି ରାଜ କନୱର ନାୟକ କାର୍ଯ୍ୟକ୍ରମ ଓ ଏହାର ଲକ୍ଷ୍ୟ ବିଷୟରେ ବର୍ଣ୍ଣନା କରି କହିଛନ୍ତି ଯେ ଓଡ଼ିଶା, ପଶ୍ଚିମବଙ୍ଗ, ଆସାମ, ବିହାର ଓ ଝାଡ଼ଖଣ୍ଡକୁ ନେଇ ଗଠିତ ପୂର୍ବାଞ୍ଚଳ ଜୋନ୍ ପାଇଁ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ଆର୍କିଟେକ୍ଟସ୍ର ଏକ ପ୍ରମୁଖ ର୍କ୍ୟାକ୍ରମ ହେଉଛି ଇଆର୍ସି । ଆମ ଦେଶ, ସମାଜ, ଅର୍ଥନୀତି ଓ ସଂସ୍କୃତିର ନିରନ୍ତର ଓ ସୁସଂଗଠିତ ଅଭିବୃଦ୍ଧି ଲାଗି ସଦସ୍ୟଙ୍କ ସ୍ୱାର୍ଥ ଓ ସେମାନଙ୍କ ପେସାଦାର ମାନରେ ଉନ୍ନତି ଆଣିବା ଏବଂ ସ୍ଥାପତ୍ୟ ଓ ସ୍ଥାପତ୍ୟ କଳାର ମୂଲ୍ୟବୋଧକୁ ବଢ଼ାଇବା ଓ ତାହାର ପ୍ରଚାର କରିବା ଲାଗି ଏହି ସମ୍ମିଳନୀରେ ଲକ୍ଷ୍ୟ ରଖାଯାଇଛି ।’’
ବିଶିଷ୍ଟ ସ୍ଥତି ରାଜ ରେୱାଲ କହିଛନ୍ତି ଯେ ଯେ ବିଷୟବସ୍ତୁ “କ୍ଷୀତିଜ, ଏକ ଉଦୀୟମାନ ସ୍ଥାପତ୍ୟ ଦିଗବଳୟ’ ଆମ ଚମତ୍କାର ଓ ପ୍ରଗତିଶୀଳ ପେସାକୁ ପ୍ରତିଫଳିତ କରୁଛି । ସମ୍ମିଳନୀର ଢାଂଚା ଆଂଚଳିକ, ଜାତୀୟ ଓ ଆନ୍ତର୍ଜାତିକ ସ୍ଥପତି, ବକ୍ତା, ଅତିଥି, ବୈଷୟିକ ସହଯୋଗୀ ଏବଂ ପ୍ରାକ୍ଟିସନର, ଛାତ୍ରଛାତ୍ରୀ, ସୋଦାର, ଶିଳ୍ପ ଏବଂ କର୍ତୃକ୍ଷଙ୍କ ମଧ୍ୟରେ ମୂଲ୍ୟବାନ ଭାବର ଆଦାନ୍ରଦାନ ଲାଗି ସୁଯୋଗ ପ୍ରଦାନ କରୁଛି ।’’ ଇଆରସିର ଆୟୋଜନ ସମ୍ପାଦକ ସ୍ଥତି ସ୍ୱ୍ନଦତ ମହାନ୍ତି ମୁଖ୍ୟ ଅତିଥି, ମଂଚାସୀନ ବିଶିଷ୍ଟ ସ୍ଥତି ଏବଂ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।
ରିପୋର୍ଟ: ଦୀପା ପ୍ରଧାନ