ସନଷ୍ଟାର ଟିଭି ବ୍ୟୁରୋ
କୋଲକାତା: କୋଲକାତାରେ ଆରମ୍ଭ ହୋଇଥିବା ଫିଲ୍ମ ଫେଷ୍ଟିଭାଲରେ ଅନେକ ବଲିଉଡ ତାରକା ସାମିଲ ହୋଇଥିଲେ । ବଲିଉଡର ଶେହନଶାହ ଅମିତାଭ ବଚ୍ଚନ ମଧ୍ୟ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେଇଥିଲେ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ ତାଙ୍କୁ ସମ୍ମାନୀତ କରିଥିଲେ । ମମତା ଏହି ସମୟରେ ଅମିତାଭଙ୍କୁ ପ୍ରଶଂସା କରିଥିଲେ । ଅମିତାଭ ବଚ୍ଚନ ନିଜ ଭାଷଣରେ ସିନେମାର ଇଭଲ୍ୟୁସନଠୁ ନେଇ ବାକ୍ ସ୍ୱାଧିନତା ପର୍ଯ୍ୟନ୍ତ ଉପରେ କହିଥିଲେ ।
ଅମିତାଭ କହିଥିଲେ ଯେ, ୧୯୫୨ ମସିହାରେ ସିନେମାଟୋଗ୍ରାଫର ଅଧିନିୟମ ସେନସରସିପ୍ ରୂପରେଖ ପ୍ରସ୍ତୁତ କରିଥିଲା । ଯାହା ଆଜି ବି ଫିଲ୍ମ ପ୍ରମାଣନ ବୋର୍ଡ ଦ୍ୱାରା ବଳବତ୍ତର ରହିଛି । ହେଲେ ନାଗରିକ ସ୍ୱାଧିନତା ଏବଂ ବାକ୍ ସ୍ୱାଧିନତା ନେଇ ଏବେ ବି ପ୍ରଶ୍ନ ଉଠୁଛି । ମଞ୍ଚରେ ଉପସ୍ଥିତ ମୋର ସହଯୋଗୀ ମାନେ ମଧ୍ୟ ଏହି କଥାରେ ଏକମତ ହେବେ । ମେଗାଷ୍ଟାର ଅମିତାଭ ଆଗକୁ କହିଥିଲେ ଯେ, ପ୍ରାରମ୍ଭିକ ସମୟଠୁ ନେଇ ଏପର୍ଯ୍ୟନ୍ତ କଣ୍ଟେଣ୍ଟରେ ପରିବର୍ତ୍ତନ ଆସିଛି ।
ରିପୋର୍ଟ: ଦୀପା ପ୍ରଧାନ