ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ପୁଣି ବାହା ହେଲେ କି ଅନୁଭବ ? ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଅନୁଭବ ଫଟୋ ଓ ଭିଡ଼ିଓ | ଅନୁଭବ ବର ବେଶରେ ସଜେଇ ହୋଇଛନ୍ତି, ହୋମ ନିଆଁ ଚାରିପଟେ ସାତ ଫେରା ନେଉଛନ୍ତି । ଚର୍ଚ୍ଚା ଅନୁଭବ ବାହା ହେଉଛନ୍ତି । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି | ଏଭଳି ଫଟୋ ଭାଇରାଲ୍ ହେବା ପରେ ଅନୁଭବଙ୍କୁ ଫ୍ୟାନ୍ସ ମାନେ ଶୁଭେଚ୍ଛା ଜଣାଉଛନ୍ତି |ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ସହ ବିବାହ ବିବାଦ ମାମଲା ପରେ ଆଉ ଥରେ ବାହା ହେଲେ କି ଅଭିନେତା ଅନୁଭବ ମହାନ୍ତି ? ଅନୁଭବଙ୍କର ଏକ ବରବେଶ ଫଟୋକୁ ନେଇ ଏବେ ସୋସିଆଲ ମିଡିଆରେ ଏଭଳି ଚର୍ଚ୍ଚା ହେଉଛି।
ଅନୁଭବ ବରବେଶରେ ଥିବା ବେଳେ ବୋହୂ ବେଶରେ ଜଣେ ଯୁବତୀଙ୍କୁ ଦେଖିବାକୁ ମିଳିଛି। ଭାଇରାଲ୍ ଫଟୋ ଓ ଭିଡିଓରୁ ଏହା ଏକ ବିବାହ ଉତ୍ସବର ପରିବେଶ ଭଳି ମଧ୍ୟ ମନେ ହେଉଛି। ଉତ୍ସବରେ ବହୁ ଲୋକଙ୍କୁ ଏକାଠି ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି। ତେବେ ଅନୁଭବଙ୍କ ଏହି ଫଟୋ ଓ ଭିଡିଓ ଏବେ ଫ୍ୟାନ୍ସ ମାନଙ୍କୁ ଅଡୁଆରେ ପକାଇ ଦେଇଛି |
ରିପୋର୍ଟ: ଦୀପା ପ୍ରଧାନ