ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଏବେ ବରିଷ୍ଠ ନାଗରିକଙ୍କୁ ରେଳଯାତ୍ରାରେ ରିହାତି ମିଳିବ ନାହିଁ । ବେତନ ଓ ପେନସନ ଭାର ଅଧିକ ରହୁଥିବାରୁ ବରିଷ୍ଠ ନାଗରିକଙ୍କୁ ରିହାତି ଦେଇହେବନି ବୋଲି ସଂସଦରେ ସ୍ପଟ କଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଲୋକସଭାରେ ମହାରାଷ୍ଟ୍ରର ସ୍ବାଧୀନ ସାଂସଦ ନବନୀତ ରବିରାଣାଙ୍କ ପ୍ରଶ୍ନର ଉତ୍ତର ଦେଇ ରେଳମନ୍ତ୍ରୀ କହିଛନ୍ତି ଯେ, ଗତବର୍ଷ କରୋନା ସମୟରେ ଯାତ୍ରୀସେବା ଲାଗି ୫୯ହଜାର କୋଟି ଟଙ୍କା ସବସିଡି ଦିଆଯାଇଛି । ଯାହାକି କେତେକ ରାଜ୍ୟର ବଜେଟଠାରୁ ମଧ୍ୟ ଅଧିକ । ରେଳବାଇର ବର୍ତ୍ତମାନ ସ୍ଥିତି ଅନୁସାରେ ରିହାତି ଦେଇହେବନି ବୋଲି ସ୍ପଷ୍ଟ କରିଛନ୍ତି ରେଳମନ୍ତ୍ରୀ।
ରିପୋର୍ଟ: ଦୀପା ପ୍ରଧାନ