ସନଷ୍ଟାର ଟିଭି ବ୍ୟୁରୋ
ପୁରୀ; ଆଜି ଭକ୍ତ ସାଲବେଗ ପୀଠରେ ଭାରତୀୟ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘର (ଆଇଓୟୁଡବ୍ଲୁଜେ ) ପୁରୀ ଶାଖାର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ପୁରୀ ଜିଲ୍ଲା ସଂଘର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଥିଲା । ଏହି ସଭାରେ ସଂଘର ଜାତୀୟ ସଭାପତି ପୀତବାସ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଓୟୁଡବ୍ଲୁଜେର ରାଜ୍ୟ ସଭାପତି ଭାଗବତ ପ୍ରସାଦ ତ୍ରିପାଠୀ , ଯୁବ ବିଜେଡ଼ି ରାଜ୍ୟ ଉପସଭାପତି ଶୁଭାଶିଷ ଖୁଣ୍ଟିଆ , ସମାଜସେବୀ ଚକ୍ରଧର ମହାପାତ୍ର , ସାହିତ୍ୟିକ ମାନସ ରଞ୍ଜନ ମହାପାତ୍ର , ବରିଷ୍ଟ ସାମ୍ବାଦିକ ନାରାୟଣ ଦାଶ ଯୋଗ ଦେଇଥିଲେ । ଏହି ସଭାରେ ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକରୁ ୫୦ରୁ ଉର୍ଦ୍ଧ ସାମ୍ବାଦିକ ଯୋଗ ଦେଇଥିଲେ । ସଭାରେ ଅତିଥିମାନେ ସାମ୍ବାଦିକମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ଏହି ସଂଘ ମାଧ୍ୟମରେ ସମସ୍ତ ସମସ୍ୟାଗୁଡ଼ିକୁ ସରକାରଙ୍କୁ ଅବଗତ କରାଇବା ପାଇଁ ଦୃଢ ନିଷ୍ପତ୍ତି ନେଇଥିଲେ । ଶେଷରେ ସଂଘର ଜାତୀୟ ସଭାପତି ଶ୍ରୀ ମିଶ୍ର ପୁରୀ ସଂଘର କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଥିଲେ । ସଭାପତି ପ୍ରସନ ଦାସ , କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ଲେଙ୍କା , ଉପସଭାପତି ସନ୍ତୋଷ କୁମାର ଗୋଚ୍ଛାୟତ , ରାଜେନ୍ଦ୍ର ମହାନ୍ତି , ସମ୍ପାଦକ ଜୟକୃଷ୍ଣ ଦାସ , ଯୁଗ୍ମ ସମ୍ପାଦକ ସୁବୋଧ କୁମାର ସୁବୁଦ୍ଧି , ସହକାରୀ ସଂପାଦକ ସଚିଦାନନ୍ଦ ଗୋଚ୍ଛାୟତ, କୋଷାଧ୍ୟକ୍ଷ ଶଙ୍କର ସରକାର , କାର୍ଯ୍ୟକାରୀ ସଦସ୍ୟ ଭାବେ ଅନନ୍ତ ପ୍ରସାଦ ସିଂହ ବିଚିତ୍ର ଓଝା , ମାନସ କୁମାର ସାମଲ, ଆଲୋକ ଚନ୍ଦ୍ର ବାରିକ , ଅଶୋକ କୁମାର ମିଶ୍ର , ଲକ୍ଷ୍ମୀପ୍ରିୟା ଦାଶ, ଭଗବାନ ଦାସ ମହାପାତ୍ର , ମୃତ୍ୟୁଞ୍ଜୟ ମହାପାତ୍ର ,ସୁଷମା ମହାପାତ୍ର, ସୁଜିତ ରଞ୍ଜନ ମହାପାତ୍ର ,ପ୍ରଦୀପ କୁମାର ପ୍ରଧାନ , ଦିବ୍ୟରଞ୍ଜନ ବିଶୋଇ , ସରୋଜ କୁମାର ମଲ୍ଲିକ ଓ ହେମାଙ୍ଗିନୀ ମହାନ୍ତି । ପୁରୀ ସଂଘର ମୁଖ୍ୟ ଉପଦେଷ୍ଟା ଭାବେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ଶୁଭାଶିଷ ଖୁଣ୍ଟିଆ, ଶୈଳେନ୍ଦ୍ର ଆଚାର୍ଯ୍ୟ, ଚକ୍ରଧର ମହାପାତ୍ର , ମାନସ ରଞ୍ଜନ ମହାପାତ୍ର , ଶଙ୍କର ବେହେରା , ଭୁବନ ମୋହନ ପୂଜାପଣ୍ଡା , ନାରାୟଣ ଦାଶଙ୍କ ନାମ ଘୋଷଣା କରାଯାଇଥିଲା ।