ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆଉ ବ୍ୟବହାର କରିପାରିବେନି ବିଗ୍ ବି ଅଭିତାଭ ବଚ୍ଚନଙ୍କ ନାଁ, ଫଟୋ ଏବଂ ଭଏସ୍ | ଦିଲ୍ଲୀ ହାଇକୋର୍ଟରେ ବିଗ୍ ବି ବ୍ୟକ୍ତିଗତ ରାଇଟ୍ସ ଚାହୁଁଛନ୍ତି ବୋଲି ଏକ ମାମଲା କରିଛନ୍ତି । ବିଗ୍ ବି କହିଛନ୍ତି ଯେ, କିଛି କମ୍ପାନୀ ତାଙ୍କ ବିନା ଅନୁମତିରେ ତାଙ୍କ ନାଁ ଫଟୋ ଏବଂ କଣ୍ଠସ୍ବର ବ୍ୟବହାର କରୁଛନ୍ତି । ଯାହା ଅଭିତାଭଙ୍କ ଆତ୍ମସ୍ବାଭିମାନକୁ କ୍ଷତି ପହଞ୍ଚାଉଛି | ଏଥିପାଇଁ ସେ ବ୍ୟକ୍ତିଗତ ବା ପର୍ସନାଲ ରାଇଟ୍ସ ଚାହୁଁଛନ୍ତି ।
ସୂଚନା ଅନୁସାରେ, ଗତ କିଛିଦିନ ହେବ ଅଭିତାଭଙ୍କ ବିନା ଅନୁମତିରେ ତାଙ୍କ ନାଁ, କଣ୍ଠସ୍ବର ଏବଂ ବ୍ୟକ୍ତିତ୍ବକୁ କିଛି କମ୍ପାନୀ ବ୍ୟବହାର କରୁଛନ୍ତି । ଏନେଇ ଅମିତାଭ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । କେବିସି ଲୋଗ ଲଗାଇ କିଛି କମ୍ପାନୀ ବିଜ୍ଞାପନ କରୁଥିବା ସେ କୋର୍ଟ କୁ ଜଣାଇଥିଲେ , ଏବଂ କହିଥିଲେ ଏଭଳି ପୋଷ୍ଟକୁ ରୋକାଯାଉ । ଏହି ମାମଲା ଉପରେ କୋର୍ଟ ଅମିତାଭଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି । ଅମିତାଭଙ୍କ ବିନା ଅନୁମତିରେ ଫଟୋ ଏବଂ ଭଏସ ବ୍ୟବହାର ହୋଇଥିବାରୁ ଏହାକୁ ସେ ହଟାଇବାକୁ ଚାହୁଁଛନ୍ତି ।
ରିପୋର୍ଟ ଦୀପା ପ୍ରଧାନ