ସନଷ୍ଟାର ଟିଭି ବ୍ୟୁରୋ
କୋରାଇ: ଯାଜପୁର କୋରେଇ ଷ୍ଟେସନ ଦେଇ ସ୍ୱାଭାବିକ୍ ହେଲା ଟ୍ରେନ୍ ଚଳାଚଳ । ୧୫ ଘଂଟାର ଉଦ୍ଧାର କାର୍ଯ୍ୟ ପରେ ଟ୍ରାକରେ ଗଡ଼ିଲା ଟ୍ରେନ । ଗତକାଲି ପ୍ରଥମେ ଡାଉନ୍ ଲାଇନ ଏକ ମାଲଗାଡି ଚଳାଚଳ କରିଥିଲା । ଏହା ପରେ ବିଳମ୍ବିତ ରାତିରେ ଆଉ ଏକ ଲାଇନ୍ ମରାମତି କରାଯିବା ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଛି । କୋରେଇ ଷ୍ଟେସନରେ ଦୁଇଟି ଯାକ ଟ୍ରାକ ରେ ଏବେ ଟ୍ରେନ୍ ଚଳାଚଳ କରୁଛି ।
ଗତକାଲି ସକାଳ ୬ଟା ୪୪ ମିନିଟରେ କୋରାଇ ରେଳ ଷ୍ଟେସନର ପ୍ଲାଟଫର୍ମରେ ଲୋକ ଟ୍ରେନକୁ ଅପେକ୍ଷା କରିଥିବା ବେଳେ ହଠାତ୍ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା । ଦେଖୁ ଦେଖୁ ଟ୍ରେନର ୮ଟି ବଗି ପ୍ଲାଟଫର୍ମ ଉପରକୁ ଚଢ଼ିଯାଇଥିଲା । ସେହିପରି କିଛି ବଗି ଟିକେଟ୍ କାଉଣ୍ଟରକୁ ମାଡ଼ି ଯାଇଥିଲା । ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୩ ଜଣ ଗୁରୁତର ହୋଇଥିଲେ ।
ରିପୋର୍ଟ: ଦୀପା ପ୍ରଧାନ