ସନଷ୍ଟାର ଟିଭି ବ୍ୟୁରୋ
ବାଲେଶ୍ବର: ବିବାହ ବନ୍ଧନରେ ବାନ୍ଧିହେଲେ ଯୁବ ବୈଜ୍ଞାନିକ ଶେଷ କିଷାନ | ଗତକାଲି ସମ୍ପର୍ଣ୍ଣ ରୀତିନୀତିରେ ବାଲେଶ୍ୱର ବାଲିଆପାଳର ଜୟଶ୍ରୀ ଜେନାଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି l ରେଢ଼ାଖୋଲର ଭୀମଭୋଇ କଲ୍ୟାଣମଣ୍ଡପରେ ବୈବାହିକ ରୀତିନୀତିରେ ବାହାଘର ସମ୍ପୂର୍ଣ୍ଣ ହୋଇଛି l
ବାଲିଆପାଳରେ ଖୁସିର ମାହୋଲ ଖେଳିଯାଇଛି | ଜୟଶ୍ରୀଙ୍କ ହାତ ଧରିଲେ କିଷାନ | ଯାହାକୁ ନେଇ ଜୟଶ୍ରୀ ଙ୍କ ବାପା ମା , ବନ୍ଧୁ ବାନ୍ଧବଙ୍କ ସମେତ ବାଲିଆପାଳ ବାସୀ ବେଶ ଖୁସି ଅଛନ୍ତି | ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଖଗଡାପାଳ ଗ୍ରାମର ଗୋପାଳ କୃଷ୍ନ ଜେନା ଓ ସୂଚିତ୍ରା ଜେନା ଙ୍କ ବଡ ଝିଅ ଜୟଶ୍ରୀ | ପ୍ରଥମେ କିଷାନ ଓ ଜୟଶ୍ରୀ ଙ୍କ ପରିଚୟ ଓଡିଆ ମେଟ୍ରୋମନି ରୁ ଆରମ୍ଭ ହୋଇଥିଲା | ଉଭୟ ଉଭୟଙ୍କର ପରିବାର ର ସହମତି କ୍ରମେ କୋର୍ଟ ମ୍ଯାରେଜ କରିଥିଲେ |
ଜୟଶ୍ରୀ ଖଗଡାପାଳ ଗ୍ରାମରେ ୨୦୦୦ ମସିହା ସେପ୍ଟେମ୍ବର ୨୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ | ଜୟଶ୍ରୀ ଙ୍କ ପାଠ ପଢା ସାରିବା ପରେ ଚାକିରୀ ଅନ୍ବେଷଣ ରେ ଥିବା ବେଳେ ଓଡିଆ ମେଟ୍ରୋମନି ଜରିଆରେ ଶେଷ କିଷାନ ଙ୍କ ସହ ତାଙ୍କର ପରିଚିତ ହୋଇ ଥିଲା | ଶେଷ କିସାନ ହେଉଛନ୍ତି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ବାଲସିଂହା ଗ୍ରାମର | ସେ ପିଲାଟି ଦିନରୁ ବାପା ମା ଙ୍କୁ ହରାଇ ବହୂ ଦୟନୀୟ ଅବସ୍ଥାରେ ଜୀବନ ଯାପନ କରିଥିଲେ | ଏହି ଖବର ମୂଖ୍ଯମନ୍ତ୍ରୀଙ୍କ ପାଖରେ ପହଞ୍ଚିବା ପରେ ମୂଖ୍ଯମନ୍ତ୍ରୀଙ୍କ ସହଯୋଗରେ ଭଲ ପାଠ ପଢିବା ସହ ଏବେ ଜର୍ମାନୀ ରେ ବୈଜ୍ଞାନିକ ଅଛନ୍ତି ଶେଷ କିସାନ |
ସେପଟେ ଶେଷ କିସାନଙ୍କ ଭଳି ଜ୍ବାଇଂ ପାଇ ଜୟଶ୍ରୀଙ୍କ ବାପା ମା ଏବଂ ଭଉଣୀ ବେଶ୍ ଖୁସି ଥିବା କହିଛନ୍ତି | କେବଳ ପରିବାର ଲୋକେ ନୁଂହେ ଗ୍ରାମବାସୀ ମାନେ ବହୁତ ଖୁସି ଅଛନ୍ତି |
ରିପୋର୍ଟ: ଦୀପା ପ୍ରଧାନ