ସନଷ୍ଟାର ଟିଭି ବ୍ୟୁରୋ
କୋଣାର୍କ: କୋଣାର୍କ ଥାନା ଅଧିନସ୍ଥ କୋଣାର୍କ – କାକଟପୁର ମୁଖ୍ୟ ରାସ୍ତାର ଗୟଳ ଛକ ଠାରେ କୋଣାର୍କ ସ୍ଥିତ ୟୁକୋ ବ୍ଯାଙ୍କରେ ସୁନାରୀ ଭାବେ କାର୍ଯ୍ୟ କରୁଥିବା ଅବଦାନ ଗ୍ରାମପଞ୍ଚାୟତ ନୂଆଗାଁ ଗ୍ରାମର ଚନ୍ଦ୍ରମଣି ସାହୁ(୫୨)ଙ୍କ ମୃତ ଦେହକୁ କୋଣାର୍କ ପୋଲିସ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ , କୋଣାର୍କ ଥାନା ଅଧିନସ୍ଥ ଅବଦାନ ଗ୍ରାମପଞ୍ଚାୟତର ନୂଆଗାଁ ଗ୍ରାମର ରବିନ୍ଦ୍ର ସାହୁ ଗୁରୁବାର କାକଟପୁର କୁଣ୍ଡେଇ ହାଟକୁ ଯାଇ ରାତିରେ ଘରକୁ ଫେରି ନଥିଲେ। ଶୁକ୍ରବାର ସକାଳ ସମୟରେ ତାଙ୍କର ମୃତ ଦେହ କୋଣାର୍କ – କାକଟପୁର ରାସ୍ତାର ଗୟଳ ଛକ ଠାରୁ ମିଳିବା ଘଟଣା ପରିବାର ସଦସ୍ୟ ମୃତ୍ୟୁକୁ ସନ୍ଦେହ ପ୍ରକଟ କରିଛନ୍ତି। ଏହି ଘଟଣା ସମ୍ପର୍କରେ କିଛି ବ୍ୟକ୍ତିଙ୍କ ଠାରୁ ଖବର ପାଇ କୋଣାର୍କ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ।
ଏ ନେଇ କୋଣାର୍କ ପୋଲିସ ପୁରୀ ସ୍ଥିତ ସାଇଣ୍ଟିଫିକ ଟିମ ଖବର ଦେବା ପରେ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପରେ ଶବ ବ୍ୟବଚ୍ଛେଦ ନିମନ୍ତେ ପୁରୀ ଜିଲ୍ଲା ମେଡ଼ିକାଲକୁ ପଠା ଯାଇଥିଲା। କୋଣାର୍କ ପୋଲିସ ମାମଲା ରୁଜ୍ଜୁ କରି କରିବା ସହ ଘଟଣା ସ୍ଥଳରୁ ଚନ୍ଦ୍ରମଣି ସାହୁଙ୍କ ବ୍ଯବହୃତ ମୋଟର ସାଇକେଲ ଜବତ କରିଛି। ଏ ସମ୍ପର୍କରେ କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କୁ ପଚାରିବାରେ ସେ କୁହନ୍ତି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରାଯାଇଛି। କେଉଁ ପରିସ୍ଥିତିରେ ରବି ସାହୁଙ୍କ ମୃତ୍ୟୁ ଘଟିଲା ତାହାର ନିରପେକ୍ଷ ତଦନ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି।
ରିପୋର୍ଟ : ବିବେକାନନ୍ଦ ସେଠୀ