ସନଷ୍ଟାର ଟିଭି ବ୍ୟୁରୋ
ଝାଡଖଣ୍ଡ: ଇଡିକୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଖୋଲା ଚାଲେଞ୍ଜ | ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି ଯଦି ସାହସ ଅଛି , ଆସ ମତେ ଗିରଫ କରି ଦେଖାଓ |
ଇଡିରୁ ନୋଟିସ ଆସିବା ସ୍ୱତେ ମଧ୍ୟ ଇଡି କାର୍ଯ୍ୟାଳୟରେ ହାଜର ହେଲେ ନାହିଁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ |ବେଆଇନ୍ ଖଣି ଖନନ ମାମଲାରେ ଇଡି ଝାଡଖଣ୍ଡରେ ଖୋଲତାଡ ଚଳାଇଛି | ମୁଖ୍ୟମନ୍ତ୍ରୀଙ୍କୁ ଇଡିରେ ହାଜର ହେବା ପାଇଁ ନୋଟିସ ଜାରି ହେବାପରେ ରାଜନୀତି ଜୋର ଧରିଛି | ସୋରେନଙ୍କ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଏକ ପ୍ରତିବାଦ କାର୍ଯ୍ୟକ୍ରମ କରିଛି | ଯେଉଁଥିରେ ସାମିଲ ହୋଇ ହେମନ୍ତ ସୋରେନ ଇଡିକୁ ଟାର୍ଗେଟ କରି କହିଥିଲେ, ଯାହା କରିବାର ଅଛି କର | କିନ୍ତୁ ମୁଁ ହାଜର ହେବାର ପ୍ରଶ୍ନ ଉଠୁନାହିଁ | ଯଦି ମୁଁ ଦୋଷୀ ତେବେ ଆସ, ମୋତେ ଆରେଷ୍ଟ କର ବୋଲି ଖୁଲମଖୋଲା ଇଡିକୁ ଚାଲେଞ୍ଜ ଦେଇଥିଲେ ହେମନ୍ତ ସୋରେନ |
ଏହାସହ ବିଜେପି ଏବଂ କେନ୍ଦ୍ର ସକରକାରଙ୍କ ବିରୋଧରେ ବର୍ଷିଛନ୍ତି ହେମନ୍ତ | ସେ କହିଛନ୍ତି ଏଠି ବିଜେପିର ଶାସନ ଚାଲିବ ନାହିଁ , ଏଠି କେବଳ ଝାଡଖଣ୍ଡୀ ଶାସନ ଚାଳିବ | ଯଦି ସାହାସ ଅଛି ଆସିକି ଆରେଷ୍ଟ କରିନିଅ | ଯଦି ମୁଁ ଦୋଶୀ ତେବେ ଆଦିବାସୀଙ୍କ କାର୍ଯ୍ୟକ୍ରମରୁ ମୋତେ ଆସି ଗିରଫ କରିନିଅ ବୋଲି ଇଡି ଏବଂ ବିଜେପିକୁ ଖୁଲମ ଖୁଲା ଟାର୍ଗେଟ କରିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ |
ରିପୋର୍ଟ: ଦୀପା ପ୍ରଧାନ