ସନଷ୍ଟାର ଟିଭି ବ୍ୟୁରୋ
ଧାମନଗର: କମ୍ପୁଛି ଧାମନଗର | ଉପନିର୍ବାଚନ ପ୍ରଚାର ପାଇଁ ହାତରେ ଆଉ ମାତ୍ର ଦୁଇ ଦିନ । ଆସନ୍ତାକାଲି ସରିବ ପ୍ରଚାର ଅବଧି । ଆଜି ଧାମନଗରରେ ଦେଖିବାକୁ ମିଳିବ ହାଇଭୋଲଟେଜ ପ୍ରଚାର । ରଥିଙ୍କ ପରେ ଏବେ ମୈଦାନ କୁ ଓହ୍ଲାଇଛନ୍ତି ମହାରଥୀ | ଆଜି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ ବିଜେଡି ସୁପ୍ରିମୋ ତଥା ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଅବନ୍ତୀ ଦାସଙ୍କ ପାଇଁ ଆଜି ଭରଚୁଆଲ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । ୧୩ଟି ସଭାରେ ଧାମନଗରବାସୀଙ୍କୁ ଉଦବୋଧନ ଦେବେ ନବୀନ । ନବୀନଙ୍କ ପ୍ରଚାର ଲାଗି ବିଜେଡି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଅଧିକ ଲୋକଙ୍କ ସୁବିଧା ପାଇଁ କରାଯାଇଛି ଏଲଇଡି ବ୍ୟବସ୍ଥା । ନବୀନଙ୍କ ପ୍ରଚାର ପରେ ସବୁଥର ପରି ବିଜେଡିର ସ୍ଥିତି ଆହୁରି ସୁଦୃଢ଼ ହେବ ବୋଲି ଦଳ ଆକଳନ କରିଛି |
ସେପଟେ ଗାଁ ଗାଁ ବୁଲି ବିଜେଡି କର୍ମୀ ଜୋରଦାର ପ୍ରଚାର ଜାରି କରୁଛନ୍ତି । ଧାମନଗର ଆସନ ହାତେଇବାକୁ ଦିନ ରାତି ଏକ କରିଛି ବିଜେଡି।ଏହା ସହ ବିଜେଡି ପ୍ରତି ମଧ୍ୟ ଲୋକଙ୍କ ମନୋବଳ ପ୍ରବଳ ମାତ୍ରରେ ବଢିଚାଲିଛି |
ରିପୋର୍ଟ: ଦୀପା ପ୍ରଧାନ