ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ପ୍ରକାଶ ପାଇଲା ଓସିଏ ରେଜଲ୍ଟ | ଓଡିଶା କ୍ରିକେଟ୍ ଆସୋସିଏସନର ସଭାପତି ହେଲେ ପ୍ରଣବ ପ୍ରକାଶ ଦାସ | ସଞ୍ଜୟ ବେହେରା ହେଲେ ଓସିଏ ସମ୍ପାଦକ | ଉପସଭାପତି ହେଲେ ପଙ୍କଜ ଲୋଚନ ମହାନ୍ତି | ତେବେ ବର୍ତ୍ତମାନ ସୁଦ୍ଧା ୮,୭୦୦ ସିନିୟର ଓ ଜୁନିୟର କ୍ରିକେଟର ଖେଳାଳିଙ୍କ ପଂଜିକୃତ କରାଯାଇଛି |
ସେପଟେ ପ୍ରଣବ ପ୍ରକାଶ କହିଛନ୍ତି ବାରବାଟୀ ଷ୍ଟାଡିୟମ ସହ ରାଜ୍ୟର ୩୦ଟି ଜିଲ୍ଲାରେ କ୍ରିକେଟର ଉନ୍ନତି ପାଇଁ କାମ କରିବୁ | ତୃଣମୂଳ ସ୍ଥଳରେ କ୍ରିକେଟକୁ ଆଗକୁ ନିଆଯିବ | ଏହା ସହ ମୁଖ୍ୟମନ୍ତ୍ରୀ କ୍ରୀଡାର ବିକାଶ ପାଇଁ ସବୁବେଳେ ପ୍ରୟାସ କରୁଛନ୍ତି |ଏହା ସହ ତୃଣମୂଳ ସ୍ଥଳରେବି କ୍ରିକେଟକୁ ଆଗକୁ ନିଆଯିବ ବୋଲି କହିଛନ୍ତି |
ସେପଟେ ସଞ୍ଜୟ ବେହେରା କହିଛନ୍ତି , ଗ୍ରାମାଞ୍ଚଳରେ କ୍ରିକେଟର ବିକାଶ ପାଇଁ ଯୋଜନା ପ୍ରସ୍ତୁତ ହେଉଛି | ଆଗକୁ ଆହୁରି କ୍ରିକେଟର ବିକାଶ କରାଯିବ ସମସ୍ତେ ମତ ଦେଇଛନ୍ତି |
ରିପୋର୍ଟ: ଦୀପା ପ୍ରଧାନ