ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାରତୀୟ ମୁଦ୍ରାରେ ଗାନ୍ଧୀଜୀଙ୍କ ସହ ଭଗବାନ ଗଣେଶ ଓ ମା’ ଲକ୍ଷ୍ମୀଙ୍କ ଫଟୋ ଲଗାଇବା ପାଇଁ ଦାବି କରିଛନ୍ତି । ଗୋଟିଏ ପଟେ ଗାନ୍ଧୀଜୀଙ୍କ ଫଟୋ ଓ ଅନ୍ୟପଟେ ଦେବାଦେବୀଙ୍କ ଫଟୋ ରହିଲେ ସମଗ୍ର ଦେଶକୁ ତାଙ୍କ ଆଶୀର୍ବାଦ ମିଳିପାରିବ ବୋଲି କହିଛନ୍ତି ଅରବିନ୍ଦ କେଜ୍ରିୱାଲ। ହିନ୍ଦୁମାନେ ମା’ ଲକ୍ଷ୍ମୀଙ୍କୁ ସୁଖ ସମୃଦ୍ଧିର ଦେବୀ ମାନୁଥିବା ବେଳେ ଗଣେଶଙ୍କୁ ବିଘ୍ନହର୍ତ୍ତା ରୂପେ ପୂଜା କରଯାଏ । ସେଥିପାଇଁ ଏହି ଦୁଇ ଦେବାଦେବୀଙ୍କୁ ଟଙ୍କାରେ ସ୍ଥାନ ଦେଲେ ଭାରତୀୟ ଅର୍ଥ ବ୍ୟବସ୍ଥା ସୁଧୁରିବ ବୋଲି କେଜ୍ରିୱାଲ ଆଶା କରିଛନ୍ତି । କାରଣ ଆମ ଦେଶରେ ସାଧାରଣତଃ ବ୍ୟବସାୟୀ ମାନେ ଏହି ଦୁଇ ଦେବାଦେବୀଙ୍କୁ ପୂଜା କରିଥାନ୍ତି । ଆଜି ପ୍ରେସ କନଫରେନ୍ସ କରି ଏଭଳି ଅପିଲ୍ କରିଛନ୍ତି କେଜ୍ରିୱାଲ । ସମୂର୍ଣ୍ଣ ନୋଟ୍ ବଦଳାଇବାକୁ ନୁହେଁ ବରଂ ଯେଉଁ ନୂଆ ନୋଟ୍ ଛପା ଯାଉଛି ସେଥିରେ ଭଗବାନଙ୍କୁ ସ୍ଥାନ ଦେବାକୁ ଦାବି କରିଛନ୍ତି କେଜ୍ରିୱାଲ ।
ଭାରତର ଅର୍ଥ ବ୍ୟବସ୍ଥା ଦିନ ଦିନ ଦୁର୍ବଳ ହେବାରେ ଲାଗିଛି । ଭାରତର ନାମ ବିକଶିତ ଓ ଧନୀ ରାଷ୍ଟ୍ରରେ ସାମିଲ କରିବା ପାଇଁ ସବୁ ଭାରତୀୟ ଚାହୁଁଛନ୍ତି । ସେଥିପାଇଁ ଭାରତର ଆର୍ଥିକ ଅବସ୍ଥାରେ ସୁଧାର ଆଣିବା ପାଇଁ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋ ରଖାଯାଉ ବୋଲି ଦାବି କରିଛନ୍ତି କେଜ୍ରିୱାଲ ।
ରିପୋର୍ଟ: ଦୀପା ପ୍ରଧାନ