ସନଷ୍ଟାର ଟିଭି ବ୍ୟୁରୋ
ଲଣ୍ଡନ: ବ୍ରିଟେନର ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ହେଲେ ଭାରତୀୟ ବଂଶୋଦ୍ଭବ । ପ୍ରଧାନମନ୍ତ୍ରୀ ହେବା ପରେ ଋଷି ସୁନକ ନିଜର ନୂଆ ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି ।ସୂଚନା ଅନୁଯାୟୀ , ଲିଜ୍ ଟ୍ରସ ପ୍ରଧାନମନ୍ତ୍ରୀ ଥିବା ବେଳେ ଯେଉଁ ସବୁ ମନ୍ତ୍ରୀ ଥିଲେ ସେମାନଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି । ବ୍ରିଟେନର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବା ଲାଗି ବିଧିବଦ୍ଧ ପ୍ରକ୍ରିୟା ଶେଷ କରିଛନ୍ତି ଋଷି ସୁନକ । କିଙ୍ଗ ଚାର୍ଲ୍ସ ଥ୍ରୀଙ୍କୁ ଭେଟି ଆଣିଛନ୍ତି ଆପଏଣ୍ଟମେଣ୍ଟ ଲେଟର । ୪୨ ବର୍ଷ ବୟସରେ ବ୍ରିଟେନର ଭାଗ୍ୟ ବଦଳାଇବାକୁ ଶପଥ ନେଇଛନ୍ତି ଋଷି ସୁନକ । ବ୍ରିଟେନରେ ଥିବା ସବୁ ସମସ୍ୟା ଦୂର କରିବା ସହିତ ଦେଶରେ ଜାରି ରହିଥିବା ଆର୍ଥିକ ସଙ୍କଟ ଦୂର କରିବା ଉପରେ ଗୁରୁତ୍ବ ଦେବେ ବୋଲି କହିଛନ୍ତି ଋଷି ସୁନକ ।
ସବୁଠୁ ବଡ଼ କଥା ହେଉଛି ଗତ ସପ୍ତାହରେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିବା ସୁଏଲା ବ୍ରେଭରମେନଙ୍କୁ ପୁଣି ଥରେ ଗୃହ ମନ୍ତ୍ରୀ ନିଯୁକ୍ତ କରିଛନ୍ତି ଋଷି ସୁନକ । ସୁଏଲା ମଧ୍ୟ ଜଣେ ଭାରତୀୟ ବଂଶୋଦ୍ଭବ । ଜେମ୍ସ କ୍ଲେଭରଲୀଙ୍କୁ ବୈଦେଶିକ ମନ୍ତ୍ରୀ, ବେନ୍ ଓ୍ବାଲେସ ପ୍ରତିରକ୍ଷା ମନ୍ତ୍ରୀ ଏବଂ ଗ୍ରାଣ୍ଟ ସାପସଙ୍କୁ ବାଣିଜ୍ୟ ମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି ।
ରିପୋର୍ଟ : ଦୀପା ପ୍ରଧାନ