ସନଷ୍ଟାର ଟିଭି ବ୍ୟୁରୋ
କାର୍ଗିଲ : ଯବାନଙ୍କ ସହ ଦୀପାବଳି ପାଳିବେ ପ୍ରଧାନମନ୍ତ୍ରୀ । ଏନେଇ କାର୍ଗିଲରେ ପହଂଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ହେବା ପରେ ଲଗାତର ୮ ବର୍ଷ ହେଲା ସେନା ଯବାନଙ୍କ ସହ ଦିପାବଳୀ ପାଳୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଯବାନମାନେ ନିଜର ପରିବାର ବୋଲି ସେ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି ସେନାର ଯବାନ ମୋ ପରିବାରର ସଦସ୍ୟ । ସୀମାରେ ଦୀପାବଳି ପାଳିବା ସୌଭାଗ୍ୟର କଥା । ଯବାନ ହେଉଛନ୍ତି ଦେଶର ସୁରକ୍ଷା କବଚ । ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ । କେବଳ ସେତିକି ନୁହେଁ ବିଶ୍ୱରେ ଆଜି ଭାରତର ଶକ୍ତି ବଢିଛି ଯବାନ ମାନଙ୍କ ପାଇଁ । ସେପଟେ ପ୍ରଧାନମନ୍ତ୍ରୀଙ୍କୁ ପାଖରେ ପାଇ ଯବାନ ମାନେ ବେଶ ଉତ୍ସାହିତ ଅଛନ୍ତି ।
ରିପୋର୍ଟ : ଦୀପା ପ୍ରଧାନ