ମହାରାଷ୍ଟ୍ର : ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ | ବିଜେପି ରେ ମିଶିପାରନ୍ତି ଏକନାଥ ସିନ୍ଦେଙ୍କ ବିଦ୍ରୋହ ବିଧାୟକ ଗୋଷ୍ଠୀର ୨୨ ଜଣ ବିଧାୟକ | ଶିବସେନାର ୪୦ ବିଧାୟକ ବିଦ୍ରୋହୀ ସାଜି ମହାରାଷ୍ଟ୍ରର ମେଣ୍ଟ ସରକାର ଭାଙ୍ଗି ଦେଇଥିଲେ | ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବିଦ୍ରୋହୀ ବିଧାୟକ ବିଜେପି ସହ ସରକାର ଗଠନ କରିଥିଲେ |
ତେବେ ସିନ୍ଦେ ଗୋଷ୍ଠୀର ୨୨ ଜଣ ବିଧାୟକ ବିଜେପି ରେ ସାମିଲ ହୋଇପାରନ୍ତି ବୋଲି ଉଦ୍ଧବ ଠାକରଙ୍କ ନେତୃତ୍ୱ ଅଧୀନ ଶିବସେନାର ପତ୍ରିକା ସାମ୍ନାରେ ଦାବି କରାଯାଇଛି | ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବା ବିଜେପିର ଏକ ଅସ୍ଥାୟୀ ବ୍ୟବସ୍ତା ଥିଲା | ସିନ୍ଦେଙ୍କ ମୁଖ୍ୟମନ୍ତ୍ରୀ ପାଦ ଯେକୌଣସି ମୁହୂର୍ତ୍ତରେ ଯାଇପାରେ ବୋଲି ଦାବି କରାଯାଇଛି | ବିଜେପି ନିଜ ସ୍ୱାର୍ଥ ପାଇଁ ସିନ୍ଦେଙ୍କୁ ବ୍ୟବହାର କରୁଛି ବୋଲି କହିଛନ୍ତି ଶିବସେନା |