ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଆଜି ଉତ୍ତରାଖଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ ।ପ୍ରଧାନମନ୍ତ୍ରୀ ଆଜି ସକାଳ ପ୍ରାୟ ୮ ଟା ୩୦ରେ କେଦାରନାଥରେ ପହଞ୍ଚିସାରିଛନ୍ତି । ସେଠାରେ ବାବାଙ୍କ ଦର୍ଶନ କରି ପୂଜାର୍ଚ୍ଚନା ଓ ରୁଦ୍ରାଭିଷେକ କରିଛନ୍ତି । ପରେ କେଦାରନାଥ ରୋପେଓ୍ୱର ଶିଳାନ୍ୟାସ ଓ ଶଙ୍କରାଚାର୍ଯ୍ୟ ସମାଧି ଦର୍ଶନ କରିଛନ୍ତି ମୋଦି । କେଦାରନାଥଙ୍କ ପୀଠରେ ଅନ୍ୟାନ କାର୍ଯ୍ୟକ୍ରମ ସାରି ବଦ୍ରିନାଥ ଯିବେ ପ୍ରଧାନମନ୍ତ୍ରୀ । ଦିନ ପ୍ରାୟ ୧୧ଟା ୩୦ରେ ବଦ୍ରିନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବେ । ସେଠାରେ ବଦ୍ରିନାଥ ରୋପେଓ୍ୱ ପ୍ରକଳ୍ପର ମୂଳଦୁଆ ପକାଇବା ସହ ଅନ୍ୟାନ୍ୟ ର୍ନିମାଣ କାର୍ଯ୍ୟର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ । ବଦ୍ରିନାଥରେ ପ୍ରଧାନମନ୍ତ୍ରୀ ରାତ୍ରୀଯାପନ କରିବାର କାର୍ଯ୍ୟକ୍ରମ ରହିଛି । କେଦାରନାଥରେ ପହଞ୍ଚି ମୋଦି ୩୪୦୦ କୋଟିରୁ ଅଧିକ ମୂଲ୍ୟର ସଂଯୋଗୀକରଣ ପ୍ରକଳ୍ପର ମୂଳଦୁଆ ପକାଇବେ । ଯେଉଁଥିରେ ଗୌରୀକୁଣ୍ଡକୁ କେଦାରନାଥ ଓ ଗୋବିନ୍ଦଘାଟକୁ ହେମକୁଣ୍ଡ ସାହିବ ସହିତ ସଂଯୋଗ କରୁଥିବା ଦୁଇଟି ନୂଆ ରୋପେଓ୍ୱ ପ୍ରକଳ୍ପ ଅନ୍ତର୍ଭୁକ୍ତ କରାଯିବ ।
ନୂଆ ରୌପେଓ୍ୱ ପ୍ରୋଜେକ୍ଟ ଦ୍ୱାରା ଯାତ୍ରୀଙ୍କୁ ଆଉ ଘଣ୍ଟା ଘଣ୍ଟା ଧରି କଷ୍ଟ ଦାୟକ ଯାତ୍ରା କରିବାକୁ ପଡ଼ିବନି । ଗୋବିନ୍ଦଘାଟ-ହେମକୁଣ୍ଡ ଭିତରେ ଦୂରତା ୧୨.୪ କିମି ଥିବା ବେଳେ, ନୂଆ ରୋପେଓ୍ୱ ନିର୍ମାଣ ଦ୍ୱାର ମାତ୍ର ୪୫ ମିନିଟରେ ପହଞ୍ଚିପାରିବେ ଶ୍ରଦ୍ଧାଳୁ ।
ରିପୋର୍ଟ ; ଦୀପା ପ୍ରଧାନ