ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ ନିକଟରେ ରଓ୍ଵାଣ୍ଡାର କିଗାଲିରେ ଆୟୋଜିତ ଅନ୍ତଃ ସଂସଦୀୟ ସଂଘ(ଆଇପିୟୁ)ର କାର୍ଯ୍ୟକାରୀ କମିଟି ପାଇଁ ଚୟନ ହୋଇଛନ୍ତି। ଅନ୍ତର୍ଜାତୀୟ ନିର୍ବାଚନରେ ଭାରତର ପ୍ରାର୍ଥୀ ସାଂସଦ ଅପରାଜିତା ଷଡ଼ଙ୍ଗୀ ଦୁଇ ତୃତୀୟାଂଶ ଭୋଟରେ ବିଜୟୀ ହେଲେ Iସାଂସଦଙ୍କ ପକ୍ଷରେ ଏସିଆ-ପ୍ରଶାନ୍ତ କ୍ଷେତ୍ରରୁ ୧୮ଟି ଭୋଟ୍ ରୁ ୧୨ ଭୋଟ୍ ମିଳିଥିଲା। ଏହା ନିଶ୍ଚିତ ରୂପେ ଅପରାଜିତାଙ୍କ ପାଇଁ ବଡ ସଫଳତା। ଏହା ତାଙ୍କର ରାଜନୈତିକ କ୍ୟାରିୟର ଏବଂ ଦୃଷ୍ଟିକୋଣକୁ ଆହୁରି ମଜଭୁତ କରିବ । ଭାରତ ଦୀର୍ଘ ୨୦ ବର୍ଷ ପରେ ରାଷ୍ଟ୍ରୀୟ ସଂସଦର ପ୍ରତିଷ୍ଠିତ ବୈଶ୍ଵିକ ସଂଗଠନରେ ଭାରତ ପ୍ରତିନିଧିତ୍ଵ କରିବାକୁ ଯାଉଛି। ଅପରାଜିତା ଆଇପିୟୁ ପାଇଁ ଚୟନ ହେବା ନିଶ୍ଚିତ ରୂପେ ତାଙ୍କ ପ୍ରଶଂସକ ଏବଂ ଶୁଭେଛୁଙ୍କ ପାଇଁ ବଡ ଖବର। ଏମିତି ସଫଳତା ଅପରାଜିତାଙ୍କ ନେତୃତ୍ଵ ପରାକାଷ୍ଠାକୁ ଆହୁରି ସଶକ୍ତ କରିବ | ଯାହା ଓଡିଶା ଜନମାନସଙ୍କୁ ପ୍ରଭାବିତ କରିବାରେ ବେଶ ସହାୟକ ହେବ |
ଏହି ଅନୁଷ୍ଠାନ ୧୮୮୭ ମସିହାରେ ପ୍ରତିଷ୍ଠିତ ହୋଇଥିଲା I ଏହି ଅନ୍ତର୍ଜାତୀୟ ସମିତି ପରିଚାଳନା ପାଇଁ ୧୫ ଜଣିଆ ପରିଚାଳନା ସମିତି କାର୍ଯ୍ୟକାରୀ ଥାଏ I ଏ ମଧ୍ୟରୁ ଗୋଟିଏ ପଦ ଖାଲି ହେବାରୁ ରିକ୍ତ ସ୍ଥାନ ପୁରଣ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା I ଆଜକୁ ଦୁଇ ଦଶନ୍ଧି ପୂର୍ବରୁ ୨୦୦୨ ମସିହା ପୂର୍ବରୁ ଶ୍ରୀମତୀ ନଜମା ହେପତୁଲା ଏହି ସମିତି ସଦସ୍ୟ ଥିଲେ I ବିଗତ ୨୦ ବର୍ଷ ହେବ ଏହି ସମିତିରେ ଭାରତର କେହି ପ୍ରତିନିଧି ନଥିଲେ I ପ୍ରଧାନମନ୍ତ୍ରୀ ନ୍ତରେନ୍ଦ୍ର ମୋଦି ଭାରତର ପ୍ରାର୍ଥୀ ଭାବେ ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ମହୋଦୟI ଙ୍କୁ ଚୟନ କରିଥିଲେ I ଏହି ଅବସରରେ ଆଫ୍ରିକା ସ୍ଥିତ ରଵାଣ୍ଡା କିଗାଲୀ ଗସ୍ତରେ ଥିବା ଭାରତୀୟ ପ୍ରତିନିଧି ଦଳ ଖୁସି ମନାଇଛନ୍ତି I ସ୍ପିକର ଶ୍ରୀ ଓମ ବିର୍ଲା ସ୍ୱାଗତ ଏବଂ ଶୁଭେଚ୍ଛା ଜଣାଇଛନ୍ତି I ଦେଶ ବ୍ୟାପି ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି I ଏହା ସମଗ୍ର ଭାରତ ବାସି ଏବଂ ସାଢେ ଚାରି କୋଟି ଓଡ଼ିଆ ମାନଙ୍କ ପାଇଁ ଗର୍ବ ଏବଂ ଗୌରବର ବିଷୟI
ଆଜି ଭୁବନେଶ୍ଵର ବିମାନ ବନ୍ଦରରେ ଯେପରି ଭାବେ ସ୍ବାଗତ ସମ୍ବୋଧନା କରାଗଲା ତାହା ଦେଖି ଓଡ଼ିଶା ବାସୀଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି ଅପରାଜିତା | ଏବଂ କହିଛନ୍ତି କେବେଳ ଓଡିଶା ବାସୀଙ୍କ ସ୍ନେହ , ଶ୍ରଦ୍ଧା ଓ ଭଲପାଇବା ଯୋଗୁ ମୁଁ ସଫଳ ହୋଇଛି | ଏହାସହ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ସମସ୍ତଙ୍କୁ ଧନ୍ୟବାଦ ଦେଇ ଏହାକୁ ଭାରତର ବିଜୟ ବୋଲି ଉଲ୍ଲେଖ କରିଛନ୍ତି ଅପରାଜିତା |
ରିପୋର୍ଟ ; ଦୀପା ପ୍ରଧାନ