ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଦିବଙ୍ଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ପଛରେ ଶଶିକଳାଙ୍କ ହାତ | ଶଶିକଳାଙ୍କ ସହ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ଘରୋଇ ଡାକ୍ତର ସନ୍ଦେହ ଘେରରେ ଅଛନ୍ତି । ତେବେ କେଉଁ ପରିସ୍ଥିତିରେ ଜୟଲଳିତାଙ୍କ ମୃତ୍ୟୁ ହୋଇଥିଲା ତାର ସତ୍ୟତା ଜାଣିବା ପାଇଁ ତାମିଲନାଡୁ ସରକାର ଏକ ପ୍ୟାନେଲ ଗଠନ କରିଥିଲେ । ଏବେ ଏହି ପ୍ୟାନେଲ ନିଜର ରିପୋର୍ଟ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିଛି । ଏହାପରେ ତାମିଲନାଡୁ ସରକାର ବିଧାନସଭାରେ ରିପୋର୍ଟକୁ ସାର୍ବଜନୀନ କରିଛନ୍ତି । ଏହି ରିପୋର୍ଟକୁ କିନ୍ତୁ ଶଶିକଳା ଖାରଜ କରିଛନ୍ତି । ଜୟଲଳିତାଙ୍କର ଆନଜିଓପ୍ଲାଷ୍ଟ ଆବଶ୍ୟକତା ନଥିଲା । ଉପସ୍ଥିତ ଡାକ୍ତରଙ୍କ ପରାମର୍ଶ ଅନୁସାରେ ସମସ୍ତ ନିଷ୍ପତ୍ତି ନିଆଯାଇଥିଲା । ଯେକୌଣସି ତଦନ୍ତର ସମ୍ମୁଖୀନ ହେବାକୁ ଶଶୀକଳା ପ୍ରସ୍ତୁତ ବୋଲି କହିଥିଲେ ।
ପ୍ୟାନେଲ ସୁପାରିଶ କରିଛି କି ଜୟଲଳିତଙ୍କା ମୃତ୍ୟୁର ପୁଣି ଥରେ ତଦନ୍ତ କରାଯାଉ । ଜୟଲଳିତାଙ୍କ ମୃତ୍ୟୁର ଯାଞ୍ଚ ପ୍ରାକୃତିକ ନୁହେଁ ଏକ ଷଡଯନ୍ତ୍ର ଭାବେ ଗ୍ରହଣ କରାଯାଇ କରାଯାଇ ତଦନ୍ତ କରାଯାଉ । ମଙ୍ଗଳବାର ତାମିଲନାଡୁ ସରକାର ବିଧାନସଭାରେ ଜୟଲଳିତାଙ୍କ ମୃତ୍ୟୁର ଯାଞ୍ଚ ରିପୋର୍ଟକୁ ଉପସ୍ଥାପନ କରିଥିଲେ । ଏହି ଯାଞ୍ଚ କମିଟିରେ ୩ଜଣ ଅବସରପ୍ରାପ୍ତ ବିଚାରପତି ଥିଲେ । ୨୦୧୬ ମସିହା ଡିସେମ୍ବର ୫ ତାରିଖରେ ଚେନ୍ନାଇ ଆପୋଲରେ ମୃତ୍ୟୁ ହୋଇଥିଲା । ଡାକ୍ତର କହିଥିଲେ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଜୟଲଳିତାଙ୍କ ମୃତ୍ୟୁର ତଦନ୍ତ ହେବା ପରେ ରିପୋର୍ଟ ସାର୍ବଜନୀନ ହୋଇଛି । ଯେଉଁଥିରେ ଜୟଲଳିତା ମୃତ୍ୟୁ ପଛରେ ଭିକେ ଶଶିକଳାଙ୍କ ଭୂମିକାକୁ ନେଇ ଯାଞ୍ଚ କମିଟି ପ୍ରଶ୍ନ ଉଠାଇଛି ।
ରିପୋର୍ଟ ; ଦୀପା ପ୍ରଧାନ