ସନଷ୍ଟାର ଟିଭି ବ୍ୟୁରୋ
ଅଗରତାଲା: ଆଜିଠୁ ଦୁଇ ଦିନିଆ ଆସାମ ଓ ତ୍ରିପୁରା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ତ୍ରିପୁରା ରାଜଧାନୀ ଅଗରତାଲାରେ ରାଷ୍ଟ୍ରପତି ପହଞ୍ଚିବା ପରେ ଅଗରତାଲାର ନରସିଂଗଡରେ ପ୍ରଥମେ ତ୍ରିପୁରା ଷ୍ଟେଟ ଜୁଡିସିଆଲ ଏକାଡେମୀ ଉଦଘାଟନ କରିଥିଲେ । ଏହା ସହ ତ୍ରିପୁରା ଆଇନ ବିଶ୍ବବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏବଂ ତ୍ରିପୁରା ବିଧାୟକଙ୍କ ପାଇଁ ନିର୍ମାଣ ହୋଇଥିବା ବିଧାୟକ କଲୋନୀର ମଧ୍ୟ ଉଦଘାଟନ କରିଥିଲେ ।
ରାଷ୍ଚ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟ ସରକାରଙ୍କ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ସେଥିରେ ରହିଛି ଭିତ୍ତିଭୂମି, ସ୍କୁଲ, ରାସ୍ତା, କଲେଜ, ମ୍ୟୁଜିୟମ, ସାଂସ୍କୃତିକ ସଂଗ୍ରାହାଳୟ । ଏହାସହ ଆଇଆଇଆଇଟି ଅଗରତାଲାର ମଧ୍ୟ ଭିତ୍ତିପ୍ରସ୍ତର ରଖିଛନ୍ତି ରାଷ୍ଟ୍ରପତି ।
ଏହି ଅବସରରେ ରାଷ୍ଟ୍ରପତି ସମ୍ବୋଧିତ କରି କହିଛନ୍ତି, “ଆଜି ତ୍ରିପୁରା ଆଇନ ବିଶ୍ବବିଦ୍ୟାଳୟର ଭିତ୍ତିପ୍ରସ୍ତର ରଖି ସେ ବହୁତ ଖୁସି ଅନୁଭବ କରୁଛନ୍ତି । ଏହି ବିଶ୍ବବିଦ୍ୟାଳୟ ଖାଲି ନର୍ଥଇଷ୍ଟ ନୁହେଁ ପୁରା ଦେଶକୁ ନୂଆ ଦିଶା ଦେବ । ଆଜିର ଭାରତ ହେଉଛି ଯୁବକଙ୍କ ଦେଶ । ଯୁବକଙ୍କ ଶକ୍ତି ସାମର୍ଥ୍ୟରେ ଦେଶ ଦୃତ ବିକାଶ ଅଗ୍ରସର ହେଉଛି । ଯୁବକଙ୍କ ସାମର୍ଥ୍ୟକୁ ନେଇ ଭାରତ ଆତ୍ମନିର୍ଭର ଅଭିମୁଖେ ଅଗ୍ରସର ହେଉଛି । ଭାରତର ବିକାଶ ଯାତ୍ରାରେ ଆଇଆଇଟି ଅଗରତାଲା ବଡ ଭୂମିକା ନେବ ।” ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି ଯେ , ଆଜି ଆର୍ଥିକ ସ୍ତରରେ,ସାମାଜିକ ସ୍ତରରେ, ଆଇନ ସ୍ତରରେ ବ୍ୟାପକ ପରିବର୍ତ୍ତନ ହେଉଛି । ସମାଜର ଅନ୍ତିମ ବ୍ଯକ୍ତି ପର୍ଯ୍ୟନ୍ତ ଶାସନ ପ୍ରଶାସନ ପହଞ୍ଚିଛି । ସମ୍ପୂର୍ଣ୍ଣ ଭାରତର ବିକାଶ ହୋଇଛି । ସମୃଦ୍ଧ ଭାରତ ପାଇଁ ନର୍ଥଇଷ୍ଟ ର ଅବଦାନ ବିଶେଷ ଭାବେ ରହିଛି ।
ରିପୋର୍ଟ : ଦୀପା ପ୍ରଧାନ