ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଭୁବନେଶ୍ୱର ରାସ୍ତାକଡ଼ ଖାଦ୍ୟ ଦୋକାନୀଙ୍କ ପାଇଁ BMC ଜାରି କଲା ନୂଆ ନିୟମ |ରୋଡ ଏବଂ ଡ୍ରେନ୍ ଉପରେ କୌଣସି ଖାଦ୍ୟ ଦୋକାନ ହୋଇପାରିବ ନାହିଁ।ପାର୍କିଂ ପାଇଁ ଜାଗା ନଥିଲେ ଖାଇବାକୁ ଦେଇପାରିବେନି ଦୋକାନୀ | ଏଭଳି ସ୍ଥଳେ ସମ୍ପୃକ୍ତ ଦୋକାନୀଙ୍କୁ ଅନ୍ଲାଇନ୍ ଡେଲିଭରି କିମ୍ବା ଟେକ୍ ହୋମ୍ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପାର୍କିଂ ସ୍ପେଶ୍ ନଥିବାରୁ ରାସ୍ତା ଉପରେ ଏଠି ସେଠି ଗାଡ଼ି ପାର୍କିଂ କରି ଲୋକେ ଖାଦ୍ୟ ଖାଉଥିବାରୁ ଟ୍ରାଫିକ୍ରେ ସମସ୍ୟା ହେଉଛି। ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବାକୁ ପରାମର୍ଶ ଦେଇଛି BMC।
ରାସ୍ତାକଡ଼ ଦୋକାନୀମାନେ କଟକଣା ନ ମାନିବେ, ସେମାନଙ୍କଠୁ ଜରିମାନା ଆଦାୟ କରାଯିବା ସହ ଦୋକାନ ବନ୍ଦ କରାଯିବ ବୋଲି BMC ଚିଠିରେ ଉଲ୍ଲେଖ କରିଛି।
ରିପୋର୍ଟ : ଦୀପା ପ୍ରଧାନ