ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଅବସର ନେଲେ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଇନ୍ଦିରା ବାନାର୍ଜୀ ।ଜଷ୍ଟିସ ଇନ୍ଦିରା ବାନାର୍ଜୀ ସୁପ୍ରିମକୋର୍ଟର ପଞ୍ଚମ ବରିଷ୍ଠ ବିଚାରପତି ଥିଲେ । ସର୍ବୋଚ୍ଚ କୋର୍ଟରେ ମହିଳା ବିଚାରପତି ହେବାରେ ସେ ଥିଲେ ଅଷ୍ଟମ ।ଭାରତ୨୦୦୨ରେ ଜଷ୍ଟିସ ଇନ୍ଦିରା ବାନାର୍ଜୀ କୋଲକାତା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ଏହାପରେ ୨୦୧୬ ଅଗଷ୍ଟରେ ଦିଲ୍ଲୀ ହାଇକୋର୍ଟକୁ ତାଙ୍କର ବଦଳି ହୋଇଥିଲା । ୨୦୧୭ ମସିହା ଏପ୍ରିଲରେ ଇନ୍ଦିରା ବାନାର୍ଜୀ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ଏହାପରେ ୨୦୧୮ରେ ସେ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ ।
ଷ୍ଟିସ ଇନ୍ଦିରା ବାନାର୍ଜୀଙ୍କ ଅବସରର ପରେ ଏବେ ବର୍ତମାନ ମୋଟ ମହିଳା ବିଚାରପତିଙ୍କ ସଂଖ୍ୟା ୩ ରହିଛି |୧୯୫୦ ଜାନୁୟାରୀ ୨୬ରେ ସୁପ୍ରିମକୋର୍ଟ ସ୍ଥାପନ ହେବା ପରଠୁ ଏଠାରେ ଖୁବ୍ କମ୍ ମହିଳା ବିଚାରପତିଙ୍କୁ ନିଯୁକ୍ତି ମିଳିଛି । ପ୍ରଥମ ମହିଳା ବିଚାରପତି ଭାବେ ୧୯୮୯ ମସିହାରେ ଜଷ୍ଟିସ ଏମ ଫାତିମା ବିଭି ନିଯୁକ୍ତି ପାଇଥିଲେ ।
ରିପୋର୍ଟ : ଦୀପା ପ୍ରଧାନ