ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର :ଆଜି ଜାତୀୟ ସିନେମା ଦିବସ । ମଲ୍ଟିପ୍ଲେସ୍ ଆସୋସିଏସନ ଇଣ୍ଡିଆ ଆଜି ସିନେମା ଦିବସ ପାଳନ କରୁଛି |ଦର୍ଶକଙ୍କ ପାଇଁ ଟିକଟ ଦାମ୍ ରଖାଯାଇଛି ମାତ୍ର ୭୫ ଟଙ୍କା । ୧୫୦ କି ୩୦୦ କି ୫୦୦ ନୁହେଁ କେବଳ ୭୫ ଟଙ୍କାରେ ବଲିଉଡ଼, ହଲିଉଡ, ଟଲିଉଡ ହେଉ କି ଓଲିଉଡ ସବୁ ସିନେମାକୁ ହଲରେ ଦେଖି ପାରିବେ ଦର୍ଶକ ।
ଭାରତର ପିଭିଆର, ଆଇନକ୍ସ, ସିନେପଲିସ୍ ସମେତ ୪ ହଜାରରୁ ଅଧିକ ସିନେମା ହଲ ରେ ମଜା ନେଉଛନ୍ତି ଦର୍ଶକ । ସେଥିପାଇଁ ଆଜି କୌଣସି ହଲ ଫାଙ୍କା ନାହିଁ । ଏତେ ଭିଡ ଦେଖି ଲାଗୁଛି ବୋଧେହୁଏ ପ୍ରଥମ ଥର ପାଇଁ ଏଭଳି ନିଆରା ପ୍ରୟାସ କରାଯାଇଛି । ଦର୍ଶକଙ୍କୁ ହଲ ମୁହାଁ କରାଇବା ଏବଂ ଧୀରେ ଧୀରେ ହଲ ଏବଂ ଦର୍ଶକଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ଦୂରତାକୁ କମାଇବାକୁ ମଲ୍ଟିପ୍ଲେକ୍ସ ଆସୋସିଏସନ୍ ଅଣ୍ଟା ଭିଡିଛି ।
ରିପୋର୍ଟ : ଦୀପା ପ୍ରଧାନ