ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର :ଚର୍ଚାରେ କ୍ରୀଷ୍ଣା ସାହୁ |ସିଲଫିନା ମିଡିଆ ବହୁ ପ୍ରତୀକ୍ଷିତ ଗ୍ରାଣ୍ଡ ନ୍ୟାସନାଲ ଲେଭଲ୍ ଫ୍ୟାଶନ୍ ଶୋ ସିଲ୍ଫିନା ମିଷ୍ଟର ଆଣ୍ଡ ମିସ ଇଣ୍ଡିଆ ୨୦୨୨ ରେ ବିଜୟ ହାସଲ କରିଛନ୍ତି କ୍ରୀଷ୍ଣା |ପୁନେ ର ଆମ୍ବିଏନ୍ସ ଏକ୍ସଲେନ୍ସି ହୋଟେଲ ରେ ହୋଇଥିଲା ଏହି ଶୋ ।ଏଥିରେ ମୋଟ ୨୦୦ ଜଣ ଅଂଶଗ୍ରହଣ କରିଥିବା ବେଳେ ୩୦ ଜଣ ଗ୍ରାଣ୍ଡ ଫିନାଲ ରେ ପହଞ୍ଚିଥିଲେ।ସେଠି ମଧ୍ୟରୁ ଓଡିଶାରୁ୫ ଜଣ ପ୍ରତିଯୋଗୀ ଯୋଗ ଦେଇଥିବା ବେଳେ ଅନ୍ୟରଜ୍ୟରୁ ୨୫ ଜଣ ,ମୋଟ ୩୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଅନେକ ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ.ଏ.ସି. ଅଧୀନ ପଞ୍ଚପଡ଼ା ଗ୍ରାମର ଝିଅ କ୍ରୀଷ୍ଣା ସାହୁ ବିଜୟ ହୋଇଥିଲେ | ଯାହା ସାରା ଓଡିଶା ପାଇଁ ଗର୍ବର ବିଷୟ ।
ଭଦ୍ରକ ଜିଲ୍ଲା ସାବରଙ୍ଗ ଧର୍ମସରଣ ବିନ୍ଧା ଗ୍ରାମର ଅବସରପ୍ରାପ୍ତ ଆର୍ମୀ ସୁବେଦାର ମେଜର ଗଙ୍ଗାଧର ସାହୁ ଏବଂ ଅମିତା ସାହୁଙ୍କ ସାନଝିଅ ହେଉଛନ୍ତି କ୍ରୀଷ୍ଣା ସାହୁ |ଏହା ସହ ଚାନ୍ଦବାଲିର ବିଶିଷ୍ଠ ସମାଜସେବୀ ତଥା ପ୍ରତିଷ୍ଠିତ ବ୍ୟବସାୟୀ ସ୍ଵର୍ଗତ ହରିହର ସାହୁଙ୍କ ନାତୁଣୀ ମଧ୍ୟ |ଛୋଟ ବେଳୁ ନିଜ ଅଜାଓ ଆଇ ଙ୍କ ନିକଟରେ ବଢିଛନ୍ତି. କ୍ରୀଷ୍ଣା | ଅଜାଙ୍କ ଆଦର୍ଶ ସଂସ୍କାର କୁ ଅନୁକରଣ କରି ପାଠପଢା ସହିତ ନାଚ ଗୀତରେ ବେଶ ପାରଙ୍ଗମ.ଥିଲେ କ୍ରୀଷ୍ଣା | ସେ ଜଣେ ସଫ୍ଟୱେୟର ଇଂଜିନିୟର ହୋଇଥିବାବେଳେ ଫ୍ୟାଶନ୍କୁ ନେଇ ତାଙ୍କର ବେଶ ରୁଚି ରହିଛି ।କ୍ରୀଷ୍ଣା ଚଳିତ ୨୦୨୨ ମସିହା ପୁନେରେ ଅନୁଷ୍ଠିତ ହୋଇଥିବା ଫ୍ୟାଶନ୍ ଶୋ ସିଲ୍ଫିନା ମିଷ୍ଟର ଆଣ୍ଡ ମିସ ଇଣ୍ଡିଆ ୨୦୨୨କୁ ସଫଳତା ର ସହିତ ଅତିକ୍ରମ କରି ବିଜୟ ମୁକୁଟ ପରିଧାନ କରିଛନ୍ତି । ପୂର୍ବରୁ ୨୦୨୧ ରେ ସେ ଓଡିଶା ତରଙ୍ଗ ଚାନେଲ ରେ ଅନୁଷ୍ଠିତ ରଜ କୁଇନ ରେ ଭାଗ ନେଇ ସାରା ଓଡିଶାରେ ପରିଚିତ ହାସଲ କରିଥିଲେ ସେଇଭଳି ପୁନେ ରେ୨୦୨୧ ରେ ଆୟୋଜିତ ହୋଇଥିବା ମିସ୍ ଫ୍ୟାଶନ୍ ଶୋ ଏବଂ ୨୦୨୨ ରେ ଅପେରା ମିସ ଇଣ୍ଡିଆ ରେ ପ୍ରଥମ ହୋଇ ସଫଳତା ହାସଲ କରିଥିଲେ କ୍ରୀଷ୍ଣା|
ତେବେ କ୍ରୀଷ୍ଣା କୁହନ୍ତି ଯେ ,ଚେଷ୍ଟା ହିଁ ସଫଳତାର ମୂଳ ମନ୍ତ୍ର | ସଫଳତା ମିଳୁ କି ନମିଳୁ ଚେଷ୍ଟା କରିବା ଦରକାର | ହାର ହେଉ କି ଜିତ ସବୁବେଳେ ଆମେ ନୂଆ ଜିନିଷ ଶିଖିବା | ତେଣୁ ଚେଷ୍ଟା କରନ୍ତୁ ସଫଳତା ନିଶ୍ଚୟ ମିଳିବ କ୍ରୀଷ୍ଣା କୁହନ୍ତି |