ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର :ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ହେବାକୁ ଯାଉଛି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ୫ :୩୦ ରେ ବୈଠକ ବସିବ । ଏହି ବୈଠକରେ ରାଜ୍ୟ ସ୍ବାର୍ଥ ସମ୍ବଳିତ ୧୦ ରୁ ଅଧିକ ପ୍ରସ୍ତାବ ଉପରେ ମୋହର ବାଜିବାର ସମ୍ଭାବନା ରହିଛି ।ମୁଖ୍ୟମନ୍ତ୍ରୀ ଭିସି ଜରିଆରେ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରିବେ । କ୍ୟାବିନେଟ ମନ୍ତ୍ରୀମାନେ ଲୋକସେବା ଭବନ ଓ ଜିଲ୍ଲା ମୁଖ୍ୟାଳୟରୁ ଏହି ବୈଠକରେ ଯୋଡି ହେବେ ।
ନିର୍ବାଚନକୁ ଦୃଷ୍ଟିରେ ରଖି କ୍ୟାବିନେଟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଆଣିବେ ସରକାର । ସୂଚନା ଅନୁଯାୟୀ ,ଏହି ବୈଠକରେ ପଞ୍ଚାୟତିରାଜ, ପାନୀୟଜଳ, ମହିଳା ଏବଂ ଶିଶୁ ବିକାଶ, ସ୍ବାସ୍ଥ୍ୟ, ପୂର୍ତ୍ତ, ନଗର ଉନ୍ନୟନ, ଆଇନ, ଯୋଗାଣ ଓ ସମବାୟ ଆଦି ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିପାରେ ।
ରିପୋର୍ଟ ; ଦୀପା ପ୍ରଧାନ