ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଏଣିକି ଓଡ଼ିଆ ଭାଷାରେ ଦେଇ ହେବ ଓଏଏସ ପରୀକ୍ଷା ।ସୂଚନା ଅନୁଯାୟୀ ,ପ୍ରିଲିମ୍, ମେନ୍ ଓ ଇଣ୍ଟରଭ୍ୟୁ ବି ଓଡ଼ିଆରେ ହେବ ।ଉଭୟ ଓଡିଆ ଏବଂ ଇଂରାଜୀ ଭାଷାରେ ପ୍ରସ୍ତୁତ ହେବ ପ୍ରଶ୍ନ।ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଓପିଏସସିକୁ ଚିଠି ହୋଇଛି ।ଏଥିରେ ଉଲ୍ଲେଖ ଅଛି, ପରୀକ୍ଷାର୍ଥୀମାନେ ଉଭୟ ଭାଷାର ପ୍ରଶ୍ନ ପାଇବେ ଓ ଉଭୟ ଭାଷାରେ ଉତ୍ତର ଲେଖିପାରିବେ । ବହୁ ପୂର୍ବରୁ ଓଡ଼ିଆରେ ଓଏଏସ ପରୀକ୍ଷା ଆୟୋଜନ ଲାଗି ଦାବି ହୋଇ ଆସୁଥିଲା ।ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ଏନେଇ ସରକାରଙ୍କୁ ଅବଗତ କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ।
ଆଗରୁ ଏନେଇ ଭାଷା ପ୍ରେମୀଙ୍କ ପକ୍ଷରୁ ୨୦୧ ରେ ହାଇକୋର୍ଟରେ ଏକ ପିଟିସନ ଦାଖଲ ହୋଇଥିଲା । ଯାହାର ଶୁଣାଣି କରି କୋର୍ଟ ଓଡ଼ିଆ ଭାଷାରେ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରିନଥିଲା । ଏବେ ଏହା ଲାଗୁ ହେବାକୁ ଯାଉଥିବାବେଳେ ମେଧାବୀ ଛାତ୍ରଛାତ୍ରୀଙ୍କ ଭିତରେ ଖୁସିର ଲହରୀ ଖେଳି ଯାଇଛି ।
ରିପୋର୍ଟ ; ଦୀପା ପ୍ରଧାନ