ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଦୂଷିତ ହେଉଛି ବୈତରଣୀ ନଦୀ | କାରାଖାନା ରୁ ନିର୍ଗତ ହେଉଥିବା ଦୂଷିତ ପାଣି ନଦୀରେ ମିଶୁଛି | ଏହି ନଦୀ ଜଳକୁ ବ୍ୟବହାର କରି ମଣିଷ ଠାରୁ ଆରମ୍ଭ କରି ପଶୁପକ୍ଷୀ ମାନେ ନାନାଦି ରୋଗରେ ଆକ୍ରାନ୍ତ ହେଉଛନ୍ତି | ଅନେଇ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛି ବିଜେପି ପ୍ରତିନିଧିଗଣ |
ଯୋଡା ବ୍ଲକ ଅନ୍ତର୍ଗତ ବିଲେଇପଦା ଠାରେ ଅବସ୍ଥିତ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ପ୍ଲାଟ ଲିମିଟେଡ କାରଖାନାରୁ ନିର୍ଗତ ମଇଳା କେମିକାଲ ମିଶା ପାଣି ମୃଗା ନାଳରେ ଆସି ବୈତରଣୀ ନଦୀ ପ୍ରଦୁଷିତ ହେଉଛି |ନଦୀଜଳ ପ୍ରଦୂଷଣ ହେବା କାରଣରୁ ବୈତରଣୀ ନଦୀ ଓ ମୃଗା ନାଳ ଜଳଚର ଜୀବମାନେ ମରି ଯାଉଛନ୍ତି ।ଏହାସହ କାରଖାନାର ଏହି ବିଷାକ୍ତ ପାଣିରେ ପାଖ ଆଖ ଅଂଚଳର ଚାଷ ଜମିରେ ଫସଲ ମରି ଯାଉଥିବାର ମଧ୍ୟ ଦେଖିବାକୁ ମିଳୁଛି। ତେଣୁ ଏନେଇ ଯଥାସମ୍ଭବ ଏହି ସମସ୍ୟାର ସମାଧାନ ସମ୍ପର୍କରେ ରାଜ୍ୟପାଳଙ୍କ ସହ ଆଲୋଚନା କରିଥିଲେ ବିଜେପି ପ୍ରତିନିଧିଗଣ |
ରିପୋର୍ଟ : ଦୀପା ପ୍ରଧାନ