ସନଷ୍ଟାର ଟିଭି ବ୍ୟୁରୋ
ପାଟନା: ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ସାଂସଦ ସୁଶୀଲ ମୋଦିଙ୍କୁ ହତ୍ୟା ଧମକ |ରାଜେନ୍ଦ୍ର ନଗର ସ୍ଥିତ ସୁଶୀଲ ମୋଦିଙ୍କ ବ୍ୟକ୍ତିଗତ ବାସଭବନ ଠିକଣାରେ ଏକ ଚିଠି ଆସିଛି । ଚମ୍ପା ସୋମ ନାମରେ ଏକ ଧମକପୂର୍ଣ୍ଣ ଚିଠିଟି ସ୍ପିଡ ପୋଷ୍ଟ ହୋଇଛି ସୁଶୀଲ ମୋଦିଙ୍କ ନାଁରେ । ଚିଠି ପଠାଇଥିବା ବ୍ୟକ୍ତି ନିଜକୁ ତୃଣମୂଳ କଂଗ୍ରେସ(ଟିଏମସି) ନେତା ବୋଲି କହିଛି । ଏହା ସହ ନିଜର ମୋବାଇଲ ନମ୍ବର 7501620019 ମଧ୍ୟ ଉଲ୍ଲେଖ କରିଛି ।ଏଇ ଚିଠିରେ ଇଂରାଜୀରେ ଲେଖାଯାଇଛି ଯେ,‘‘ ମୁଁ ଆପଣଙ୍କୁ ସୂଚୀତ କରୁଛି କି ମୁଁ ଜଣେ ତୃଣମୂଳ କଂଗ୍ରେସ ନେତା । ମମତା ବାନାର୍ଜୀ ଭାରତର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରିବେ । ତୁମେ ନରେନ୍ଦ୍ର ମୋଦି ଓ ଅମିତ ଶାହଙ୍କ ପୋଷା କୁକୁର । ମମତା ବାନାର୍ଜୀ, ନୀତିଶ କୁମାର ଜିନ୍ଦାବାଦ୍ । ମୁଁ ଆପଣଙ୍କୁ(ସୁଶୀଲ ମୋଦି) ହତ୍ୟା କରିବି ।”
ଚିଠି ମାଧ୍ୟମରେ ହତ୍ୟା ଧମକ ମିଳିବା ପରେ ବରିଷ୍ଠ ବିଜେପି ନେତା ଏହାକୁ ପାଟନା ଏସଏସପି ମାନବଜୀତ ସିଂହ ଧିଲନଙ୍କ ନିକଟକୁ ପଠାଇଛନ୍ତି ଏବଂ ଏହା ଉପରେ ତଦନ୍ତ କରିବାକୁ ସେ ନିବେଦନ କରିଛନ୍ତି । ସାଂସଦ ଟ୍ବିଟରରେ ଏକ ଭିଡିଓ ଜାରି କରି ହତ୍ୟା ଧମକ ମିଳିବା ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି ।”
ରିପୋର୍ଟ ; ଦୀପା ପ୍ରଧାନ