ଚଣ୍ଡିଗଡ଼: ତାତିଲେ ଛାତ୍ର ଛାତ୍ରୀ | ଅଶାନ୍ତ ହେଲା ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ | ସୋସିଆଲ ମିଡିଆରେ ଏବେ ତାଣ୍ଡବ ରଚୁଛି ମୋହାଲି ଚଣ୍ଡିଗଡ ବିଶ୍ୱବିଦ୍ୟାଳୟର ଏମଏମଏସ୍ ଲିକ୍ ମାମଲା | ନ୍ୟୟ ପାଇଁ ସାରା ରାତି ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଛାତ୍ର ଛାତ୍ରୀ |ଅଭିଯୋଗ ରହିଛି କି , ଜଣେ ଛାତ୍ରୀ ଏକାଧିକ ଛାତ୍ରୀଙ୍କ ଗାଧୁଆ ବେଳ ଦୃଶ୍ୟର ଭିଡିଓ ଲିଙ୍କ କରିଛି | ଏଭଳି ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାପରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ଏହାର ପ୍ରତିବାଦ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ରାତି ସାରା ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଛାତ୍ର ଛାତ୍ରୀ ଙ୍କୁ ଆୟତ୍ତ କରିବା ପାଇଁ ଘଟନାଶଳରେ ପହଞ୍ଚିଥିଲା ପୋଲିସ | ତେବେ ଏହି ଘଟଣାରେ ଜଣେ ଛାତ୍ରୀ ତାଙ୍କ ମୋବାଇଲରେ ଏହି ଭିଡ଼ିଓ ସୁଟିଂ କରି ପୁରୁଷ ବନ୍ଧୁଙ୍କ ନିକଟକୁ ପଠାଇଥିଲେ |
ପୋଲିସ ସମ୍ପୃକ୍ତ ଛାତ୍ରୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରିବା ସହ ସେମାନଙ୍କ ମୋବାଇଲ ଫୋନ୍ ଫରେନ୍ସିକ୍ ଯାଞ୍ଚ ପାଇଁ ପଠାଯାଇଛି । ତେବେ ଏହି ଘଟଣାରେ ଆଉ କାହାର ହାତ ଅଛି କି ନାଇଁ ତାର ଖୋଳତାଳ ଚଳାଇଛି ପୋଲିସ | ତେବେ ସବୁଠୁ ବଡ କଥା ହେଉଛି ଏଭଳି ଭିଡ଼ିଓ ଭାଇରଲ ହେବ ପରେ କେହି ଅଟମୟହତ୍ୟା କରିନାହାନ୍ତି |ସେପଟ ,ପଞ୍ଜାବର ରାଜ୍ୟ ମହିଳା କମିଶନର ଅଧକ୍ଷ୍ୟା ମଣିଷ ଗୋଲାଟା ସମ୍ପୃକ୍ତ ଘଟଣାକୁ ସମ୍ବେଦନଶୀଳ କହିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନବାପାଇଁ ପିଡୀତଙ୍କ ପରିବାରଙ୍କୁ ଆଶ୍ୱାସନା ଦେଇଛନ୍ତି |
ଏହା ସହ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଉଚ୍ଚସ୍ତରୀୟ ଯାଞ୍ଚ କରି ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି |
କିନ୍ତୁ ଛାତ୍ରୀ ମାନେ ଅଭିଯୋଗ କରିଛନ୍ତି ଯେ , ଅଭିଯୁକ୍ତ ଛାତ୍ରୀ ସେ ରହୁଥିବା ବାଳିକା ହେଷ୍ଟେଲର ପାଖାପାଖି ୬୦ଜଣ ଛାତ୍ରୀ ଗାଧୋଇବା ସମୟର ଭିଡିଓ ସୁଟିଙ୍ଗ କରି ସିମଲାରେ ଥିବା ତା’ର ବୟଫ୍ରେଣ୍ଡକୁ ପଠାଉଥିଲା । ଯୁବକ ଜଣକ ଏହି ଭିଡିଓ ସବୁକୁ ସୋସିଆଲ ମିଡିଆରେ ଅପଲୋଡ କରିବା ପରେ ଘଟଣା ଜଣାପଡିଥିଲା ।ହେଲେ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଛନ୍ତି । ଗୋଟିଏ ମହଲାରେ ୨୦ଟି ରୁମ୍ ରହିଛି । ପ୍ରତି ରୁମରେ ୪ ଜଣ ଲେଖାଏଁ ଛାତ୍ରୀ ରହୁଛନ୍ତି ।
ତେବେ କୌଣସି ପ୍ରତିକୂଳ ସ୍ଥିତି ଯେପରି ସୃଷ୍ଟି ନହୁଏ ସେଥିପାଇଁ ୟୁନିଭର୍ସିଟି କ୍ୟାମ୍ପସକୁ ୬ ଦିନ ପାଇଁ ବନ୍ଦ ରଖାଯିବା ସହ ବାଳିକା ହଷ୍ଟେଲରେ ୨ଜଣ ୱାର୍ଡେନଙ୍କୁ ନିଲମ୍ବନ କରାଯାଇଛି । ତେବେ ଦେଖିବାକୁ ବାକି ରହିଲା କେବେ ମିଳୁଛି ଛାତ୍ରୀଙ୍କୁ ନ୍ୟାୟ |