ସନଷ୍ଟାର ଟିଭି ବ୍ୟୁରୋ
ଉଦଳା : ନିଜ ବାପ ଘରକୁ ଯିବା ନିମନ୍ତେ ସ୍ୱାମୀଙ୍କୁ କହିଥିଲେ ସ୍ତ୍ରୀ |ହେଲେ ସ୍ୱାମୀ ପାଖରେ ଟଙ୍କା ନ ଥିବାରୁ ପରବର୍ତ୍ତୀ ସମୟରେ ଯିବା ବୋଲି କହିଥିଲେ ସ୍ୱାମୀ |ଏଥିରେ ବିରକ୍ତ ହୋଇ ନିଜେ ଦେହରେ କିରୋସିନି ଢାଳି ନିଆଁ ଲଗାଇ ହେଲେ ମହିଳା |ଆଉ ଏବେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି |କପ୍ତିପଦା ଥାନା ତେନ୍ତୁଳିବାଡ଼ି ଗ୍ରାମରେ ଘଟିଛି ଏଭଳି ଏକ ଅଭନୀୟ ଘଟଣା |ଗ୍ରାମର ମୁନା ସିଂଙ୍କ ସ୍ତ୍ରୀ ଚନ୍ଦ୍ରମଣି ସିଂ ପୂଜା ଅବସରରେ ନିଜ ବାପ ଘରକୁ ଯିବାକୁ ବାହାରିଥିଲେ |ବାପ ଘରକୁ ଯିବା ନିମନ୍ତେ ସ୍ୱାମୀଙ୍କୁ କହିଥିବା ବେଳେ ଟଙ୍କା ଅଭାବରୁ ପରେ ଯିବା କଥା କହିଥିଲେ ସ୍ୱାମୀ |ଏହା ପରେ ସ୍ୱାମୀ କୌଣସି କାମରେ ଘର ବାହାରକୁ ଚାଲି ଯାଇଥିବା ବେଳେ ଚନ୍ଦ୍ରମଣି ନିଜ ଦେହରେ କିରୋସିନି ଢାଳି ହୋଇ ନିଆଁ ଲଗାଇଦେଇଥିଲେ |ନିଆଁରେ ପୋଡି ହୋଇ ଚିତ୍କାର କରିବାରୁ ଏବଂ ଘର ଭିତରୁ ଧୂଆଁ ବାହାରିବା ଦେଖି ପରିବାର ଲୋକେ ଘର କବାଟ ଭାଙ୍ଗି ଚନ୍ଦ୍ରମଣିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ |ତେବେ ତାଙ୍କ ଶରୀରର ପାଖାପାଖି ୭୦ ପ୍ରତିଶତ ପୋଡି ଯାଇଥିବା ବେଳେ ଅବସ୍ଥା ଶଙ୍କଟାପନ୍ନ ରହିଛି |ସାମାନ୍ୟ କଥାରୁ ଏଭଳି ଏକ ଅଘଟଣ ଘଟିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି |
ରିପୋର୍ଟ : ଆଲୋକ କୁମାର ବେହେରା