ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଓଡିଶାରେ କଂଗ୍ରେସ ଭାରତ ଯୋଡୋ ଯାତ୍ରା କରିବାକୁ ଯାଉଛି । ଏହା ପୂର୍ବରୁ ରାଜ୍ୟର ଦୁଇ ପ୍ରମୁଖ ଦଳ ବିଜେଡି-ବିଜେପିକୁ ଟାର୍ଗେଟ କରିଛନ୍ତି ଜୟରାମ ରମେଶ । ସାରା ଦେଶରେ ଭାରତ ଯୋଡୋ ଯାତ୍ରା ଆରମ୍ଭ ହୋଇଥିବା ବେଳେ , ଓଡିଶା ଗସ୍ତରେ ଆସି ବିଜେଡି-ବିଜେପିକୁ ଟାର୍ଗେଟ କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ । ସେ କହିଛନ୍ତି ଯେ ,ପ୍ରଧାନମନ୍ତ୍ରୀଙ୍କ କଥାରେ ଓଡିଶା ସରକାର ପରିଚାଳିତ ହେଉଛନ୍ତି । ଏହା ସହ ଅହୁରୀ ମଧ୍ୟ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋଦୀଙ୍କ କଥାରେ ଉଠ ବସ ହେଉଛନ୍ତି । ନରେନ୍ଦ୍ର ମୋଦୀ ଯେମିତି କହୁଛନ୍ତି ନବୀନ ସେମିତି ପରିଚାଳିତ ହେଉଛନ୍ତି ।ସେପଟେ ରାଜ୍ୟରେ ଯଦିଓ ବିଜେଡି-ବିଜେପି ଲଢୁଛନ୍ତି ହେଲେ ଦିଲ୍ଲୀରେ ଏକାଠି ହୋଇ ଯାଉଛନ୍ତି ଏହି ଦୁଇ ଦଳ । ବିଜେଡି ସାଂସଦ ମାନେ ମଧ୍ୟ ମୋଦୀଙ୍କ କଥାରେ ଉଠବସ ହେଉଛନ୍ତି ବୋଲି ଜୟରାମ ରମେଶ ପ୍ରକାଶ କରିଛନ୍ତି।
ତେବେ କଂଗ୍ରେସ ର ଏହି ଯାତ୍ରା ବେକାରୀ, ବେରୋଜଗାରୀ, ଧାର୍ମିକ ଧୃବିକରଣ ବିରୋଧରେ ଅରମ୍ଭ ହେଉଛି ବୋଲି ସେ କହିଛନ୍ତି । ଏବେ ଓଡିଶାରେ ଭାରତ ଯୋଡୋ ଯାତ୍ରା ଅକ୍ଟୋବର ୩୧ରୁ ଆରମ୍ଭ ହେବ । ଏହି ଯାତ୍ରା ଓଡିଶାରେ ଉଭୟ ବିଜେଡି ଏବଂ ବିଜେପି ବିରୋଧରେ ରହିବା ସହ ଏହା ଅନେକ ପରିବର୍ତନ ଆଣିବ ବୋଲି ସେ ଜୟରାମ ରମେଶ କହିଛନ୍ତି ।
ରିପୋର୍ଟ ; ଦୀପା ପ୍ରଧାନ