ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର – ତୁଳସୀ ଦୁଇ ପତ୍ରରୁ ବାସେ।ସେଇଭଳି ପ୍ରତିଭାବାନ ଛାତ୍ର ସବୁବେଳେ ନିଜର ପ୍ରତିଭାବଳ ରେ ସମାଜର ଟେକ ରଖିଥାନ୍ତି। ଏଇଭଳି କିଛି ନଜିର ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଅନ୍ତର୍ଗତ ଅସୁରବନ୍ଧ ଗ୍ରାମ ରେ । ଚନ୍ଦନ ବେହେରା । ପିତା ଜଣେ ଶିକ୍ଷକ ତେଣୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଶିକ୍ଷା ସରକାରୀ ବିଦ୍ୟାଳୟରୁ ଆରମ୍ଭ ।ଚନ୍ଦନ ପିଲା ବେଳୁ ବିଚକ୍ଷଣ ବୁଦ୍ଧି ସମ୍ପନ୍ନ ।ତୃତୀୟ ଓ ପଞ୍ଚମ ରେ ବୃତ୍ତି ପାଇବା ସହ ନବୋଦୟ ପ୍ରବେଶିକା ପରୀକ୍ଷାରେ ମଧ୍ୟ ସଫଳତା ଲାଭ କରିଛନ୍ତି ହେଲେ ସେଠାରେ ନାମ ନ ଲେଖାଇ ସେ ଆନନ୍ଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଅଧ୍ୟୟନ କରୁଥିଲେ ଓ ପରେ ଆଶ୍ରମିକ ବିଦ୍ୟାଳୟ, ଅସୁରବନ୍ଧ ରୁ ୨୦୧୯ ମସିହା ମ୍ୟାଟ୍ରିକ ପରୀକ୍ଷାରେ ୯୧.୫% ରଖି ବ୍ଲକ ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ।
ତେବେ ଚଳିତବର୍ଷ ଚନ୍ଦନ ନିଜ କଠିନ ପରିଶ୍ରମ ଫଳରେ ମେଡିକାଲ ପ୍ରବେଶିକା ପରୀକ୍ଷା (NEET) ରେ ୭୨୦ ରୁ ୬୩୨ ନମ୍ବର ରଖି ସଫଳତା ହାସଲ କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ବୁଦ୍ଧିଜୀବୀ ଙ୍କ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।ଏହା ସହ ନିଜର ଦୃଢ଼ ମନୋବଳ, କର୍ତ୍ତବ୍ୟ ନିଷ୍ଠା ଓ ଅଧ୍ୟବସାୟ ଫଳରେ ସେ ଅନ୍ୟ ଛାତ୍ର ଛାତ୍ରୀ ଙ୍କ ପାଇଁ ଆଦର୍ଶ ପାଲଟି ଯାଇଛନ୍ତି।ତେବେ ଆଗାମୀ ଦିନରେ ସେ ଜଣେ ଭଲ ଡାକ୍ତର ହୋଇ ସମାଜ କଲ୍ୟାଣ ଦିଗରେ ନିଜକୁ ସଂଶ୍ଳିଷ୍ଟ କରିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି।