ସନଷ୍ଟାର ଟିଭି ବ୍ୟୁରୋ
ବ୍ରିଟେନ: ବ୍ରିଟେନର ମହାରାଣୀ ଏଲିଜାବେଥଙ୍କ ବିୟୋଗ ପରେ ଏବେ ତାଙ୍କ ପୁଅ ପ୍ରିନ୍ସ ଚାର୍ଲସ ବ୍ରିଟେନର ନୂଆ ରାଜା ହେବାକୁ ଯାଉଛନ୍ତି । ସେ ଆଜି ବିଧିବଦ୍ଧ ଭାବେ ଏହି ଦାୟିତ୍ୱ ସମ୍ଭାଳିବେ ।ଏଲିଜାବେଥ୍ ଦୀର୍ଘ ୭୦ ବର୍ଷ ଶାସନରେ ରହିଥିଲେ । ବ୍ରିଟେନରେ ତାଙ୍କ ନାଁରେ ସବୁଠୁ ଅଧିକ ଦିନ ଶାସନ କରିବାର ରେକର୍ଡ ରହିଛି । ଏବେ ତାଙ୍କ ପୁଅ ଚାର୍ଲସ ନୂଆ ରାଜା ଭାବେ ଅଭିଷିକ୍ତ ହେବା ପରେ ସେ ଚାର୍ଲସ ତୃତୀୟ ଭାବେ ପରିଚୟ ପାଇଛନ୍ତି । ଚାର୍ଲସ ରାଜା ହେବା ପରେ ତାଙ୍କ ପତ୍ନୀ କାମିଲା ରୋଜେମାରି ୟୁକେର କେଥରିନ ଡଚେର୍ସ ଅଫ୍ କାନୱାଲ ନାମରେ ପରିଚୟ ପାଇଛନ୍ତି ।
ରିପୋର୍ଟ ; ଦୀପା ପ୍ରଧାନ