ସନଷ୍ଟାର ଟିଭି ବ୍ୟୁରୋ
କନ୍ୟାକୁମାରୀ: କେନ୍ଦ୍ର ସରକାରଙ୍କ ବିଫଳତାକୁ ଲୋକଲୋଚନକୁ ଆଣିବା ଏବଂ ଦେଶର ପ୍ରକୃତ ସମସ୍ୟା ସମସ୍ତଙ୍କ ସାମ୍ନାକୁ ଆଣିବା ପାଇଁ କଂଗ୍ରେସ ଆରମ୍ଭ କରିଛି ଭାରତ ଯୋଡ଼ା ଯାତ୍ରା | ଆଜି କନ୍ୟାକୁମାରୀରୁ ସାଂସଦ ରାହୁଲ ଗାନ୍ଧୀ ଏହି ଅଭିଯାନ ଆରମ୍ଭ କରିବେ । ରାହୁଲ ଗାନ୍ଧୀଙ୍କ ସହ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ସମେତ ବହୁ ବରିଷ୍ଠ କଂଗ୍ରେସ ନେତା ଏବି ଜନ ସମ୍ପର୍କ ପଦଯାତ୍ରାରେ ସାମିଲ ହେବେ । କନ୍ୟାକୁମାରୀରୁ କାଶ୍ମୀର ଯାଏଁ ୩୭୦୦ କିଲୋମିଟର ଯାଏଁ ଏହି ପଦଯାତ୍ରା କରାଯିବ ।ଭାରତ ଯୋଡ଼ା ଯାତ୍ରା ଆରମ୍ଭ ହେବା ପୂର୍ବରୁ କଂଗ୍ରେସ କହିଛି ଯେ ଏହି ଯାତ୍ରା ଭାରତୀୟ ରାଜନୀତିରେ ଏକ ପରିବର୍ତ୍ତନ ପାଲଟିଛି ଏବଂ ଏହା ଏକ ନୂତନ ଆରମ୍ଭ। ଏହି ଜନ ସମ୍ପର୍କ ପଦଯାତ୍ରାରେ ୧୨ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ରହିବ । ୧୫୦ ଦିନର ପଦଯାତ୍ରାରେ ପ୍ରାୟ ୩୭୦୦ କିଲୋମିଟର ଯାତ୍ରା କରିବେ ରାହୁଲ ଗାନ୍ଧୀ । ଏହି ଜନସମ୍ପର୍କ ପଦଯାତ୍ରାରେ ମଧ୍ୟ ୩୦ପ୍ରତିଶତ ମହିଳା ରହିବେ ।
ଦରଦାମ୍ ବୃଦ୍ଧି, ଦେଶରେ ଅର୍ଥନୀତି ଅବସ୍ଥା, ବେକାରୀ ସମସ୍ୟାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ ଲୋକଙ୍କ ସମସ୍ୟାକୁ ଶୁଣିବା ପାଇଁ କଂଗ୍ରେସ ଏହି ଜନସମ୍ପର୍କ ଯାତ୍ରା କରିବାକୁ ଯାଉଛି । ଯାହା ଦଳୀୟ କର୍ମକର୍ତାଙ୍କ ମନୋବଳକୁ ହ୍ରାସ କରୁଛି । ତେଣୁ ଦେଶରେ ସାଧାରଣ ନିର୍ବାଚନ ପୂର୍ବରୁ କର୍ମୀଙ୍କ ମନରେ ଭାରତ ଯୋଡୋ ଅଭିଯାନ ନୂଆ ଯୋଶ ଭରିବ ବୋଲି ଦଳ ଆଶା ରଖିଥିବାବେଳେ ,ଖୋଦ ରାହୁଲ ଗାନ୍ଧୀ ଏହି ଅଭିଯାନର ଶୁଭାରମ୍ଭ କରିବେ| ଏବଂ ବିଭିନ୍ନ ରାଜ୍ୟରେ ହେବାକୁ ଥିବା କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବେ ।ସେପଟେ ପାର୍ଟିର ସାଧାରଣ ସମ୍ପାଦକ ଜୟରାମ ରମେଶ ଟୁଇଟ୍ କରି କହିଛନ୍ତି ଯେ , ଆଜି ଶାନ୍ତ ଚିନ୍ତାଧାରା ଏବଂ ନବୀକରଣର ଏକ ଦିନ |
ରିପୋର୍ଟ ; ଦୀପା ପ୍ରଧାନ