ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ବିହାରରେ ରାହୁଲଙ୍କୁ ଭେଟିଲେ ନୀତିଶ | ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର ଦିନ ଦିଲ୍ଲୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟି ବିରୋଧୀଙ୍କୁ ଏକଜୁଟ କରିବାର ଉପାୟ ଉପରେ ଆଲୋଚନା କରିଛନ୍ତି। ଏନଡିଏ ଛାଡିବା ପରେ ନୀତୀଶଙ୍କ ସହ ରାହୁଲଙ୍କ ଏହା ହେଉଛି ପ୍ରଥମ ସାକ୍ଷାତ । ଗତ ସପ୍ତାହରେ ବିହାର ଗସ୍ତରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଯାଇ ନୀତୀଶଙ୍କୁ ସାକ୍ଷାତ କରିଥିଲେ ।ସେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିବାର ମଧ୍ୟ ସମ୍ଭାବନା ରହିଛି।୨୦୨୪ ର ସାଧାରଣ ନିର୍ବାଚନ ପାଇଁ ଦଳ ପ୍ରସ୍ତୁତ ହେଉଥିବାରୁ ବିରୋଧୀ ଏକତା ବଜାୟ ରଖିବା ପାଇଁ ସେମାନେ ଆଲୋଚନା କରିଥିଲେ |
ସୂଚନା ଅନୁଯାୟୀ , ବିଜେପି ବିରୋଧରେ ଏକଜୁଟ ଲଢ଼େଇ ପାଇଁ ନୀତୀଶ କୁମାର ଅଧିକ ବିରୋଧୀ ଦଳର ନେତାଙ୍କୁ ମଧ୍ୟ ଭେଟିବାର ସମ୍ଭାବନା ରହିଛି | ନୀତିଶ କୁମାର କହିଛନ୍ତିଯେ , “ଆମେ ଆରମ୍ଭରୁ କହିଛୁ ଯେ ଯଦି ବିରୋଧୀ ଶିବିରର ଅଧିକରୁ ଅଧିକ ନେତା ଏକାଠି ହୁଅନ୍ତି, ତେବେ ଏକ ଭଲ ବାତାବରଣ ସୃଷ୍ଟି ହେବ। ଏହା ଲୋକଙ୍କ ଇଚ୍ଛା ଅନୁଯାୟୀ ଅଟେ। ଆମେ ଅନ୍ୟ ଦଳର ନେତାମାନଙ୍କ ସହ ଭେଟି ଏହି ବିଷୟରେ ଆଲୋଚନା କରିବୁ”।
ରିପୋର୍ଟ ; ଦୀପା ପ୍ରଧାନ