ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଦିନକୁଦିନ ବଢ଼ିଚାଲିଛି ଛାତ୍ର ଛାତ୍ରୀ ମାନଙ୍କର ଆତ୍ମହତ୍ୟା | ଭୁବନେଶ୍ୱରରେ ଘରୋଇ ନର୍ସିଂ କଲେଜ୍ ଛାତ୍ରୀଙ୍କ ଆତ୍ମହତ୍ୟା ପଛରେ ରହିଛି ଏକ ଅଜବ କାରଣ। ନିଦ ନହେବାରୁ ଜୀବନ ହାରିଲେ ଏହି ନର୍ସିଂ ଛାତ୍ରୀଜଣଙ୍କ | ମୃତ ନର୍ସିଂ ଛାତ୍ରୀଙ୍କ ନା କୁନି କୁଅଁର। ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଅଞ୍ଚଳର ୨୩ ବର୍ଷୀୟ ନର୍ସିଂ ଛାତ୍ରୀ କୁନି ଭୁବନେଶ୍ୱର ଉପକଣ୍ଠ ଜାମୁକୋଳି ବରକୁଦାସ୍ଥିତ ଏକ ଘରୋଇ କଲେଜରେ ପ୍ରଥମ ବର୍ଷ ନର୍ସିଂରେ ପାଠ ପଢୁଥିଲେ। ଗତକାଲି ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ କୁନିଙ୍କୁ ଦେଖିଥିଲେ କଲେଜ କର୍ମଚାରୀ। ପରେ ତାଙ୍କ ପରିବାର ଓ ପୋଲିସକୁ ଖବର ଦିଆଯାଇଥିଲା। ପରିବାର ଲୋକେ ପହଞ୍ଚିିବା ପରେ ସାଇଣ୍ଟିଫିକ ଟିମ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।ମୃତ୍ୟୁର କାରଣ ପୋଲିସ ଖୋଜୁଥିବାବେଳେ ପୋଲିସ ହାତରେ ଲାଗିଛି କୁନିର ହାତଲେଖା ଚିଠି ଯେଉଁଥିରେ ଲେଖାହେଇଛି ,
”ମୋ ମା, ମୋ ପରିବାର, ମୋ ଦିଦି, ମୋ ସାଙ୍ଗସାଥି ସମସ୍ତଙ୍କୁ ମୁଁ କ୍ଷମା ମାଗୁଛି ଏଥିରେ କାହାର ବି ଦୋଷ ନାହିଁ ଯଦି ପୋଲିସ କେସ୍ ହେବ, ତେବେ ଏମାନଙ୍କୁ କଷ୍ଟ ଦେବେ ନାହିଁ। ମୋତେ ନିଦ ଲାଗୁ ନାହିଁ ଗୋଟିଏ ମୁହୂର୍ତ୍ତ କାଟିବା ପାଇଁ ବହୁତ କଷ୍ଟ ଲଗୁଛି କିଛି କରିବାକୁ ଇଛା ହେଉନାହିଁ ଭଗବାନ ମୋତେ ନେଇଯାଅ SORRY SORRY” ଏ ହେଉଛି କୁନିର ହାତଲେଖା ଚିଠି ।ଯାହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି |
ରିପୋର୍ଟ ; ଦୀପା ପ୍ରଧାନ