ସନଷ୍ଟାର ଟିଭି ବ୍ୟୁରୋ
ଝାଡଖଣ୍ଡ: ଝାଡଖଣ୍ଡ ବିଧାନସଭାରେ ଆସ୍ଥା ଭୋଟ୍ ଜିତିଲେ ହେମନ୍ତ ସୋରେନ୍ । ମୋଟ ୮୧ଟି ଭୋଟରୁ ହେମନ୍ତ ସୋରେନ୍ ସରକାରକୁ ୪୮ ଜଣ ବିଧାୟକ ସମର୍ଥନ ଦେଇଛନ୍ତି ।ହେମନ୍ତ ସରକାରଙ୍କ ପାଖରେ ୪୯ ବିଧାୟକଙ୍କ ସମର୍ଥନ ରହିଛି । ଏହା ଭିତରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ୩୦ ଜଣ ବିଧାୟକ , କଂଗ୍ରେସର ୧୮ ଏବଂ ରାଷ୍ଟ୍ରୀୟ ଜନତା ଦଳର ଜଣେ ବିଧାୟକ ରହିଛନ୍ତି । ତେବେ ମୁଖ୍ୟ ବିରୋଧୀ ଦଳ ବିଜେପି ପାଖରେ ଏବେ ୨୬ ବିଧାୟକଙ୍କ ସମର୍ଥନ ରହିଛି ।
ଭୋଟିଂ ସମୟରେ ବିରୋଧୀ ଦଳ ଏହାକୁ ବ୍ୟାକଆଉଟ୍ କରିଥିଲା । ଏହି ସମୟରେ ବିରୋଧୀ ବିଜେପି ଉପରେ ବର୍ଷିବା ସହିତ ହେମନ୍ତ ସୋରେନ୍ କହିଥିଲେ, ବିରୋଧୀ ବିଜେପି ନିର୍ବାଚନ ଜିତିବାକୁ ଦେଶର ଦଙ୍ଗାକୁ ପ୍ରୋତ୍ସାହିତ କରିବା ସହିତ ଗୃହଯୁଦ୍ଧ ଭଳି ସ୍ଥିତି ଉତ୍ପନ୍ନ କରୁଛି । ଏହାସହ ସରକାର ଭାଙ୍ଗିବାକୁ ବିଜେପି ଝାଡଖଣ୍ଡର ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରୁଥିବା ସୋରେନ୍ ଅଭିଯୋଗ ଆଣିଛନ୍ତି ।