ସନଷ୍ଟାର ଟିଭି ବ୍ୟୁରୋ
ଲକ୍ଷ୍ନୌ : ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଥିବା ଲେବାନା ହୋଟେଲରେ ଭୀଷଣ ଅଗ୍ନିକାଣ୍ଡ |ନିଆଁ ଲାଗି ଯିବାରୁ ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କ ଜୀବନ ଯାଇଛି । ଏଥିସହ ୯ ଜଣ ଗୁରୁତର ଆହତ ହୋଇଛନ୍ତି, ସେମାନଙ୍କୁ ସିଭିଲ ହସ୍ପିଟାଲର ବର୍ନ ୟୁନିଟରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ , ଏବେ ବି ୨୦ରୁ ଅଧିକ ଲୋକ ହୋଟେଲ ଭିତରେ ଫସି ରହିଛନ୍ତି । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଓ ବରିଷ୍ଠ ଜିଲ୍ଲା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।ସେପଟେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି ।
ଆଜି ସକାରେ କୌଣସି କାରଣରୁ ହୋଟେଲରେ ନିଆଁ ଲାଗି ଯାଇଥିଲା । ତେବେ ହୋଟେଲରେ ହଠାତ୍ କିପରି ନିଆଁ ଲାଗିଲା, ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ ।
ରିପୋର୍ଟ ; ଦୀପା ପ୍ରଧାନ