ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଜେଲଦଣ୍ଡ ଭୋଗୁଥିବା ଅପରାଧୀ ମାନଙ୍କ ପାଇଁ ଆସିଛି ଏକ ଖୁସି ଖବର | ସାତ ବର୍ଷ କିମ୍ବା ଏହାଠାରୁ କମ୍ ବର୍ଷ ପାଇଁ ଦଣ୍ଡିତ ଅପରାଧୀ ମାନଙ୍କୁ ଖଲାସ କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।ଯେଉଁ ଅପରାଧୀମାନେ ନିଜେ କରିଥିବା ଅପରାଧ ପାଇଁ ଅଧା ଦଣ୍ଡ ଭୋଗି ସାରିଛନ୍ତି ସେହି ଛୋଟ ଅପରାଧୀଙ୍କୁ ଚିହ୍ନଟ କରିବାକୁ ସୁର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ପ୍ଲି ବାର୍ଗେନିଂ ବ୍ୟବସ୍ଥାରେ ଏମାନଙ୍କୁ ମୁକ୍ତ କରାଯିବ । ଓଡ଼ିଶା , ଦିଲ୍ଲୀ, ଗୁଜରାଟ, କେରଳ, ରାଜସ୍ଥାନ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ ଓ ଛତିଶଗଡ଼ ହାଇକୋର୍ଟଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।ସୂଚନା ଅନୁସାରେ ଆସନ୍ତା ୧୪ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
ରିପୋର୍ଟ ; ଦୀପା ପ୍ରଧାନ