ସନଷ୍ଟାର ଟିଭି ବ୍ୟୁରୋ

ନୂଆପଡା; ଆସନ୍ତା ଗୁରୁବାର ଦିନ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ।ଏହି ତିହାର ମାନିବା ପାଇଁ ଲୋକେ ଘର ସଜାଇବା ଠାରୁ କିଣାବିକା କରିବାରେ ବ୍ୟସ୍ତ।ନୂଆଁଖାଇ ପାଇଁ ଛୋଟରୁ ବଡ଼ ନୁଆଁ ପୋଷାକ ପତ୍ର କିଣନ୍ତି।ଏହା ଏକ ପରମ୍ପରା କିନ୍ତୁ ଅନେକ ପରିବାର ଏସବୁ କିଣି ପାରନ୍ତି ନାହିଁ।ଏହାକୁ ଦୃଷ୍ଟିରେ ରଖି ଗରିବ ପରିବାର ଓ ବିଧବା ମହିଳା ମାନଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ଜୈନିକ ସରପଞ୍ଚ।

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ରାଣୀମୁଣ୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ ତୁକାରାମ ହିଆଲ।ଉକ୍ତ ଗ୍ରାମ ପଞ୍ଚାୟତ ର ରାଣୀମୁଣ୍ଡା, କୋଟାମାଲ, ପଲମା, କମ୍ପାନୀଗୁମା, ମହୁଲ କୋଟ ଓ ସମାଡ଼ ପଦର ଗ୍ରାମର ଦୁଇ ଶହ ପରିବାରକୁ ନୁଆଁ ଶାଢ଼ୀ, ଚାଉଳ, ଚିନି, ନଡ଼ିଆ,ଡାଲି ଆଦି ବଣ୍ଟନ କରୁଛନ୍ତି।ଘର ଘର ବୁଲି ସେ ସମସ୍ତଙ୍କୁ ଏସବୁ ଦେବା ସହ ଖୁସିରେ ନୁଆଁ ଖାଇବା ପାଇଁ ଅନୁରୋଧ କରିଛନ୍ତି।ଆଗକୁ ମଧ୍ୟ ଏସବୁ କାର୍ଯ୍ୟ ଜାରି ରହିବ ବୋଲି ସରପଞ୍ଚ ପ୍ରକାଶ କରିଛନ୍ତି।ନୂଆଁଖାଇ ପାଇଁ ଏସବୁ ଯୋଗାଇ ଦେଇଥିବାରୁ ଲୋକେ ମଧ୍ୟ ଖୁସି ପ୍ରକାଶ କରିବା ସହ କହୁଛନ୍ତି ସରପଞ୍ଚ ହେବତ ଏମିତି

ରିପୋର୍ଟ ; ଶାମ୍ବ କୁମାର ସରାଫ