ସନଷ୍ଟାର ଟିଭି ବ୍ୟୁରୋ
ରାଜନିତୀ ଆଚରଣକୁ ନେଇ କଣ କହିଲେ ନିତିନ୍ ଗଡ୍ଡକରୀ
ଗଡ୍ଡକରୀଙ୍କୁ କିଏ କଂଗ୍ରେସକୁ ଆସିବା ପାଇଁ ପ୍ରସ୍ତାବ ଦେଇଥିଲେ?
ଶ୍ରୀକାନ୍ତ ଜଚକରୀ କଂଗ୍ରେସରେ ମିଶିବା ପାଇଁ ପ୍ରସ୍ତାବ ଦେଇଥିଲେ କି?
କୈଣସି ପ୍ରସଙ୍ଗକୁ ନେଇ ଚିନ୍ତାରେ ଅଛନ୍ତି କି ଗଡ୍ଡକରୀ
ତେବେ କେବେ କାହିଁକି କହିଲେ ବ୍ୟବହାର କରି ଫୋପାଡି ଦେବାର କଥା
ଏକ ଜାତୀୟ ଗଣମାଧ୍ୟମରେ କହିଛନ୍ତି ଯେ ଯେତେବେଳେ ଆପଣ ସଫଳତା ଅର୍ଜନ କରି ଏକାକୀ ଖୁସି ହୁଅନ୍ତି ସେଖୁସିର କିଛି ମାନେ ନଥାଏ । ଖୁସିର ପରିମାଣ ସେତେବେଳେ ବଢ଼ିବ ଯେତେବେଳେ ଜଣେ ସଫଳ ହେବା ପରେ ତାଙ୍କର ସହଯୋଗୀ ବା କର୍ମକର୍ତ୍ତା ଖୁସି ହୁଅନ୍ତି ତାକୁ ବାସ୍ତବରେ ପ୍ରକୃତ ଖୁସି କହନ୍ତି । ମଣିଷ ଶକ୍ତିଶାଳୀ ବା ସମାଜରେ ପ୍ରତିଷ୍ଠିତ ହେବାପାଇଁ ସଦାସର୍ବଦା ବ୍ୟବସାୟ, ସାମାଜିକକର୍ମୀ, କିମ୍ବା ରାଜନିତୀରେ କ୍ଷେତ୍ରରେ ଫୋକସ ଦେବାକୁ ପଡିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସମାଜରେ ଏମିତି କିଛି କାମ କରନା ଯେମିତି “USE AND THROW” ପରି ନହେଉ । ମଣିଷର ସମୟ ଭଲ ଥାଉକି ଖରାପ ଯାହାକୁ କଥାଦେଇଛନ୍ତି କି କିଛି ଲକ୍ଷ୍ୟ ରଖିଛନ୍ତି ତାହା ପ୍ରତି ଧ୍ୟାନ ଦେଇ କାମ କରିବା ଉଚିତ୍ । ଗଡ୍ଡକରୀ ନିଜ ଅନୁଭୁତିକୁ ନେଇ କହିଛନ୍ତି ଯେ ଯେତେବେଳେ ସେ ନାଗପୁରରେ ସେ ଛାତ୍ର ନେତା ଭାବେ କାର୍ଯ୍ୟକରୁଥିଲେ । ସେତେବେଳେ କଂଗ୍ରେସ ନେତା ଶ୍ରୀକାନ୍ତ ଜୀଚକର କଂଗ୍ରେସରେ ମିଶିବା ପାଇଁ ପ୍ରସ୍ତାବ ଦେଇଥିଲେ । ଯଉ କଥାକୁ ନେଇ ନିତିନ କହିଥିଲେ ଯେ ମୁଁ ପଛେ କୁଅରେ ପଡି ମରିବି କିନ୍ତୁ କଂଗ୍ରେସକୁ ଯିବି ନାହିଁ । ଖାଲି ସେତିକି ନୁହେଁ ମତେ କଂଗ୍ରେସର ନିତି ଆର୍ଦଶ ଭଲଲାଗେ ନାହିଁ ବୋଲି ରୋକ୍ ଠୋକ୍ କହିଥିଲେ ନିତିନ୍ । ୟା ପରେ ବି ଶ୍ରୀକାନ୍ତ କହିଥିଲେ ଯେ ତମ ପାର୍ଟିରେ ଭବିଷ୍ୟତ ନାହିଁ ବୋଲି ।
ନିର୍ବାଚନ ହାରିବା ପରେ ଜଣେ ବନ୍ଧୁ ଗଡ୍ଡକରୀଙ୍କୁ ଗୋଟିଏ ପୁସ୍ତକ ପ୍ରଦାନ କରିଥିଲେ । ଯେଉଁଥରେ ଏକ ବାକ୍ୟ ଥିଲା ପ୍ରେରଣା ଦାୟୀ ବା ହୃଦୟସ୍ପର୍ଶୀ “ମଣିଷ ଯୁଦ୍ଧ ଭୂମିରେ ହାରିବା ପରେ କେବେ ଜୀବନ ସମାପ୍ତ ହୋଇଯାଏ ନାହିଁ “ ଯେବେ ଯୁଦ୍ଧ ଭୂମି ଛାଡି ପଳାଏ ସେଇଠି ସମାପ୍ତ ହୋଇଥାଏ । ତେଣୁ ଜୀବନରେ ସଂଘର୍ଷ କରି ଲଢ଼ିବା ଦରକାର ଖାଲି ଲଢ଼ିଲେ ହେବ ନାହୁଁ ତାପାଇଁ ଆତ୍ମବିଶ୍ୱାସ ରହିବା ଦରକାର କିନ୍ତୁ ଏଥିପାଇଁ ଅହଁକାର ଗର୍ବ ରଖିବା ଅତ୍ୟନ୍ତଭୁଲ୍ । ଆହୁରି ମଧ୍ୟ କହିଥିଲେ ଯେ ଦୁନିଆରେ ସମସ୍ତଙ୍କ ପାଖରେ କିଛି ନା କିଛି ଜ୍ଞାନ ଥାଏ । ସେଥିରୁ କିଛି ନା କିଛି ଶିଖିବାକୁ ମିଳିଥାଏ । ତେଣୁ କାହାକୁ ଅଣଦେଖା ନକରି ସମସ୍ତଙ୍କ ସହ ମିଳିମିଶି ରୁହନ୍ତି ଆଗକୁ ବଢ଼ନ୍ତୁ ବୋଲି ଏକ ଗଣମାଧ୍ୟମରେ ମତ ରଖିଥିଲେ ।