ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର ; ଦେଶରେ ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟା ବୃଦ୍ଧି ନେଇ ଆଜି କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମୀଳନି କରି ମତ ରଖିଥିଲେ କଂଗ୍ରେସ ସାଂସଦ ନିରଜ ଦାଙ୍ଗୀ । ଦେଶରେ ଲଗାତାର ଭାବେ ଦରଦାମ ବୃଦ୍ଧି କରି ଗରିବ ଲୋକଙ୍କ ପେଟରେ ଲାତ ମାରିବା ମନେଭାବ ରଖିଲେଣି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । କଂଗ୍ରେସ ଶାସନଧିନ ଥିବାବେଳେ ଦରଦାମ ନିୟନ୍ତ୍ରଣରେ ଥିଲା ଚାକିରୀ ଥିଲା ଲୋକଙ୍କ ମୁହଁରେ ହସ ଥିଲା । ଲୋକଙ୍କ ସୁଖ ଦୁଃଖର ସାଥି ହୋଇ ରହିଥିଲା କଂଗ୍ରେସ । ଆଉ ଆଜି ମୁଖ୍ୟ ବିରୋଧି ଦଳ ହିସାବରେ ଲୋକଙ୍କ ଦୁଃଖ ଦୁର୍ଦ୍ଦଶାକୁ ସାମ୍ନାକୁ ଆଣି ଲୋକଙ୍କ ହକ୍ ପାଇଁ ଲୋକଙ୍କ ଦାବିକୁ ନେଇ ପଲ୍ଲୀଠୁ ଦିଲ୍ଳୀ ସବୁଠି ସ୍ୱର ଉଠାଇଛି କଂଗ୍ରେସ । କିନ୍ତୁ ଏଠି ୨୦୧୪ଠୁ ଆରମ୍ଭ କରି ଦେଶକୁ ଲୁଟିବା ସହ ଲୋକଙ୍କୁ ଠକୁଛନ୍ତି ମୋଦି ସରକାର । ଯାହାକୁ ଦେଖିି ନଦେଖିଲା ଭଳି ରହିଛନ୍ତି ରାଜ୍ୟ ସରକାର ।