ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର ; ଅଳିଆ ଗଦାକୁ ନେଇ ସମାଧାନର ବାଟ ବାହାରୁନି ନ ମାସ ପରେ ବି ସମସ୍ୟା ଭିିତରେ ଦାରୁଠେଙ୍ଗ ବାସୀ । ଗତ ୨୭ ତାରିଖରେ ଭୁବନେଶ୍ୱର ମହାନଗର ନିଗମ ଓ ଗ୍ରାମ୍ୟ ସଭ୍ୟଙ୍କୁ ନେଇ ସମ୍ମୀଳନି କରାଯାଇଥିଲା କିନ୍ତୁ ଏଥିରେ ହଁ ହାଁ ଭିତରେ କଥା ରହିଥିଲା କିନ୍ତୁ ସମାଧାନ କ୍ଳିୟର କଟ୍ ହୋଇପାରିନଥିଲା । ଏନେଇ ଗ୍ରାମ ସଭାରେ ପ୍ରସଙ୍ଗ ଉଠିଥିଲେ ମଧ୍ୟ କୈଣସି ଫଳ ବାହାରି ପାରିନଥିଲା ଡମ୍ପିଂଆଟ୍ କୁ ନେଇ ମହାନଗର ନିଗମ ଉପରେ ବିଶ୍ୱାସ କରୁନାହାନ୍ତି ଗ୍ରାମବାସୀ । କାହିଁକି ନା ଅନେକ ଥର ପ୍ରତିଶୃତି ଦେଇ କାଯ୍ୟରେ ପରିଣତ କରିନାହିଁ ଭୁବନେଶ୍ୱର ମହାନଗର ନିଗମ । ଯେଉର୍ଥିପାଇଁ ଲୋକଙ୍କ ବିଶ୍ୱାସ ଭରଷା ବିଏମ୍ ସି ପକ୍ଷରୁ ଉଠିଯାଇଛି । ତେବେ ଲୋକଙ୍କ ଦାବି ଯଥାସମ୍ଭବ ସରକାର ୟା ଉପରେ ହସ୍ତକ୍ଷେପ କରି ତୁରନ୍ତ ସମାଧାନ କରନ୍ତୁ । ବାରମ୍ବାର ଉଚ୍ଚ ପଦସ୍ତ ଅଧିକାରୀ ଗାଁ ଲୋକଙ୍କୁ ବୁଝେଇବା ପରେ ବି ବୁଝୁନାହାନ୍ତି ଗ୍ରାମବାସୀ । ସେମାନଙ୍କର ଗୋଟିଏ ଜିଦ୍ ଯେ ଭୁଆଶୁଣିରେ ହେବ ନାହିଁ ଡମ୍ପିଂଆଟ୍ ।